ମାଟି ତଳୁ ବାହାରିଲା ବିଡା ବିଡା ଟଙ୍କା । ଏକ ଅଖାରେ ଭର୍ତ୍ତି କରି ମାଟି ତଳେ ଟଙ୍କା ଲୁଚାଇ ରଖାଯାଇଥିଲା । ଜଣେ ଲୁଟେରା ଏସବୁ ଟଙ୍କା ଚୋରୀ କରି ଅଖାରେ ପୁରାଇ ମାଟିତଳେ ରଖିଦେଇଥିଲେ । କିଛିଦିନ ତଳେ ସମ୍ବଲପୁରର ଏକ ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରୀ ହୋଇଥିଲା । ହୋଟେଲର ଜଣେ କର୍ମଚାରୀ ଟଙ୍କା ଲୁଟ କରି ଦେବଗଡ ଜିଲ୍ଲାକୁ ପଳାଇଥିଲେ । ଆଉ ସେଠାରେ ମାଟି ଖୋଳି ଟଙ୍କାକୁ ପୋତି ଦେଇଥିଲେ । ପୋଲିସ ଚୋରୀ ହୋଇଥିବା ଟଙ୍କାକୁ ଜବତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here