କଟକରେ ୫ଟି ସଚିବ ଭିକେ ପାଣ୍ଡିଆନ୍ । କଟକ ଚଣ୍ଡି ମନ୍ଦିରରେ ମା’ଙ୍କୁ ଦର୍ଶନ କରିଛନ୍ତି । ଏଥିସହିତ ମନ୍ଦିରର ଉନ୍ନୟନମୂଳକ କାମ ନେଇ ଅନୁଧ୍ୟାନ କରିଛନ୍ତି । ମନ୍ଦିରର ସମସ୍ତ ସମସ୍ୟା ସମ୍ପର୍କରେ ୫ଟି ସଚିବ ଆଲୋଚନା କରିବା ସହ ମନ୍ଦିରର ଚାରିପାଖ ବୁଲି ଦେଖିଥିଲେ । ମନ୍ଦିରରେ ଥିବା ସମସ୍ୟା ବିଶେଷକରି ଜଳ ନିଷ୍କାସନ, ପାର୍କିଂ ଓ ମରାମତି ମନ୍ଦିର କର୍ତ୍ତୃପକ୍ଷ ୫ଟି ସଚିବଙ୍କୁ ଅବଗତ କରାଇଥିଲେ । ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ କାମ ହାତକୁ ନିଆଯାଇଛି । ମନ୍ଦିରକୁ ଅଧିକ ସୁନ୍ଦର କରିବା ସହ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ । କଟକ ଚଣ୍ଡି ମନ୍ଦିରର ସେବାୟତ ଓ ଜିଲ୍ଲା ପ୍ରଶାସନ ସହ ବିକାଶମୂଳକ କାମ ନେଇ ଆଲୋଚନା କରିଛନ୍ତି । ମନ୍ଦିରର ନବୀକରଣ ପାଇଁ କାମ ଦ୍ରୁତ ଗତିରେ ଚାଲିବ । ଏନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ୫ଟି ସଚିବ ସମସ୍ତଙ୍କୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here