ଆନଭି ଅଗ୍ରୱାଲ । ବୟସ ମାତ୍ର ୨ ବର୍ଷ ୫ ମାସ । ହେଲେ କୁନି ବୟସରୁ ଚିତ୍ରକଳା ପ୍ରତି ତାଙ୍କର ରହିଛି ରୁଚି । ଏଯାଏଁ ୩୭ଟି ଶୈଳିରେ ଆଙ୍କିଲେଣି ୭୨ ଟି ପେଣ୍ଟିଂ । ନିଜ ପେଣ୍ଟିଂ ପାଇଁ ଲଣ୍ଡନ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି ଆନଭି । ଗତକାଲି ସଂଧ୍ୟାରେ ନିଜ ମା’ଙ୍କ ସହ ନବୀନ ନିବାସରେ ପହଁଞ୍ଚିଥିଲେ ଆନଭି । ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ ନିଜ ହାତରେ ପେଣ୍ଟିଂ କରିଥିବା ଫଟୋ ଚିତ୍ର । ଏହି ଫଟୋକୁ ନିଜେ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ଏବଂ କୁନି ଝିଅ ଆନଭିକୁ କରିଥିଲେ ଆର୍ଶୀବାଦ ।

LEAVE A REPLY

Please enter your comment!
Please enter your name here