ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ନୂଆ ବ୍ୟବସ୍ଥା । ଆସନ୍ତା 29 ତାରିଖରୁ ଏହି ନୂଆ ବ୍ୟବସ୍ଥା ଲାଗୁ କରାଯିବ । ଭକ୍ତମାନେ ସିଂହଦ୍ବାର ଓ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ ଏବଂ ଉତ୍ତର ଓ ଦକ୍ଷିଣ ଦ୍ବାର ଦେଇ ପ୍ରସ୍ଥାନ କରିବେ । ସର୍ବସାଧାରଣ ଦର୍ଶନ ନିମନ୍ତେ ଏହି ବ୍ୟବସ୍ଥା ଗ୍ରହଣ କରାଯିବ । ସେଥିପାଇଁ ପଶ୍ଚିମ ଦ୍ବାର ସାମନାରେ ଭକ୍ତଙ୍କ ପାଇଁ ସେଡ୍ ତିଆରି କରାଯିବ । ରଥଯାତ୍ରା ପାଇଁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ସେହିପରି ଚନ୍ଦନ ଯାତ୍ରା ପୂର୍ବରୁ ବଡଦାଣ୍ଡରୁ ସେଡ୍ ଖୋଲିବାକୁ ସ୍ଥିର କରାଯାଇଛି ।