ମୋ ମରିବା ପଛରେ ମୋ ପ୍ରେମିକା ଦାୟୀ । ଏବଂ ମୋ ମୃତ୍ୟୁ ତା ବିବାହରେ ହେବ ବଡ ଗିଫ୍ଟ । ମୃତ୍ୟୁ ପୂର୍ବରୁ ଏମିତି କିଛି ନିଜ ରୁମର କାନ୍ଥରେ ଲେଖଛନ୍ତି ଯୁବକ । ଖାଲି ସେତିକି ନୁହେଁ ମରିବା ପୂର୍ବରୁ ଏକ ଭିଡିଓ କରି ହ୍ୱାଟସଆପ ଷ୍ଟାଟସରେ ଅପଲୋଡ କରିଛନ୍ତି ଯୁବକ । ଏକତରଫା ପ୍ରେମ କରି ଆତ୍ମହତ୍ୟା କରିଛନ୍ତି ଯୁବକ । ଛତିଶଗଡର ବାଲୋଦ ଜିଲ୍ଲାରୁ ଆସିଛି ହୃଦୟ ବିଦାରକ ଘଟଣା ।
ପୋଲିସ ସୂଚନା ଅନୁସାରେ, ଯୁବକ ଜଣଙ୍କ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲା । ଯୁବତୀଙ୍କ ବିବାହ ଠିକ୍ ହେବା ଜାଣିବା ପରେ ପଙ୍ଖାରେ ଝୁଲିପଡିଛନ୍ତି ପ୍ରେମିକ । ଏବଂ ନିଜ ଘର କାନ୍ଥରେ କୋଇଲାରେ ଲେଖିଛନ୍ତି ‘ମୋ ମୃତ୍ୟୁ ତୁମ ବାହାଘର ପାଇଁ ଗିଫ୍ଟ’ ‘ଆଇ ଲଭ ୟୁ’ । ଏମିତି କିଛି ଲେଖି ଆତ୍ମହତ୍ୟା କରିଛନ୍ତି ଯୁବକ । ଘଟଣାର ତଦନ୍ତ ଚାଲୁଥିବାବେଳେ ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଛି ବୋଲି ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here