ଟିକା ଉତ୍ପାଦନ କରୁଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଭୟଙ୍କର ଅଗ୍ନିକାଣ୍ଡ l ସେରମ ଟର୍ମିନାଲ-୧ରେ ଭୟଙ୍କର ନିଆଁl ନିଆଁକୁ ଆୟତ୍ତ କରିବା ପାଇଁ 12ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ତେବେ ନିଆଁର ପ୍ରକୋପ ଅଧିକ ଥିବାରୁ ଆଉ କିଛି ଦମକଳ ଗାଡ଼ି ଘଟଣା ସ୍ଥଳକୁ ଆସୁଥିବା ଜଣାପଡ଼ିଛି। ସେରମ ଇନଷ୍ଟିଚ୍ୟୁଟ ବିଲଡିଂ ମଧ୍ୟରୁ ପ୍ରବଳ ଧୂଆଁ ନିର୍ଗତ ହେଉଥିବା ଦେଖିବାକୁ ମିଳୁଛି। ଏଥିଯୋଗୁ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇ ଯାଇଛି। ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା କୋଭିସିଲ୍ଡ ଟିକା ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। କାରଣ ସେରମ ପକ୍ଷରୁ ତିଆରି କରାଯାଉଥିବା ନୂଆ ବିଲଡିଂରେ ହିଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ତଥାପି କେଉଁଠି ନିଆଁ ଲାଗିଛି ଓ କୋଭିସିଲ୍ଡର ପ୍ରଡକ୍ସନ ୟୁନିଟି ପ୍ରଭାବିତ ହୋଇଛି କି ନାହିଁ, କମ୍ପାନୀ ପକ୍ଷରୁ ବିଧିବଦ୍ଧ ଭାବେ କିଛି ବି କୁହାଯାଇ ନାହିଁ। ଭାରତରେ କୋଭିସିଲ୍ଡ ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଏପରି କି ସେରମ ପକ୍ଷରୁ ପୂର୍ବରୁ ହିଁ ୫୦ରୁ ୬୦ ମିଲିୟନ କରୋନା ଟିକା କୋଭିସିଲ୍ଡ ପ୍ରସ୍ତୁତ କରାଯାଇଥିଲା। ଆଜିର ଅଗ୍ନିକାଣ୍ତ ଏହା ଉପରେ କ’ଣ ପ୍ରଭାବ ପକାଇଛି, ତାହା ଜଣାପଡ଼ିନି।

LEAVE A REPLY

Please enter your comment!
Please enter your name here