ଗତ ତିନି ଦିନ ଭଳି ଆଜି ବି ରାଜଧାନୀରେ ମୁଣ୍ଡଫଟା ଖରା । ପ୍ରଚଣ୍ଡ ଖରାରେ ସନ୍ତୁଳି ହେଉଛି ସାରା ଓଡିଶା । ଆଜି ଦିନ ସାଢେ ୧୧ଟାରେ ଭୁବନେଶ୍ୱର ତାପମାତ୍ରା ୩୯.୪ ଡିଗ୍ରୀ ରହିଛି । ସେହିପରି ହୀରାକୁଦ-୪୦, ସମ୍ବଲପୁର ଓ ଝାରସୁଗୁଡା ୩୮.୮ ଡିଗ୍ରୀ ରହିଛି ।
ଭୁବନେଶ୍ୱର: ୩୯.୪ ଡ଼ିଗ୍ରୀ
ବାଲେଶ୍ୱର: ୩୭.୦ ଡ଼ିଗ୍ରୀ
ଝାରସୁଗୁଡା: ୩୮.୮ ଡ଼ିଗ୍ରୀ
ଗୋପାଳପୁର: ୩୦.୮ ଡ଼ିଗ୍ରୀ
ସମ୍ବଲପୁର: ୩୮.୮ ଡ଼ିଗ୍ରୀ
ପାରାଦ୍ୱୀପ: ୩୨.୨ ଡ଼ିଗ୍ରୀ
ପୁରୀ: ୩୨.୪ ଡ଼ିଗ୍ରୀ
ଚାନ୍ଦବାଲି: ୩୭.୨ ଡ଼ିଗ୍ରୀ
କେନ୍ଦୁଝର: ୩୮.୦ ଡ଼ିଗ୍ରୀ
ହୀରାକୁଦ: ୩୯.୦ ଡ଼ିଗ୍ରୀ
ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଅସ୍ତବ୍ୟସ୍ତ ହୋଇପଡୁଛି ଜନଜୀବନ । ମାସ ଶେଷ ସୁଦ୍ଧା ତାତିରୁ ତ୍ରାହୀ ମିଳିବନି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଭ୍ୟନ୍ତରୀଣ ଓଡିଶାରେ ତାତି ଆହୁରି ବଢିବ । ଆଜିଠାରୁ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ତାତି ଅନୁଭୂତ ହେବ । ୨୪ ଘଣ୍ଟା ଭିତରେ ୫ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ । ଏଥିପାଇଁ ସୋନପୁର, ବୌଦ୍ଧ, ବଲାଙ୍ଗୀର, ଖୋର୍ଦ୍ଧା, ନୟାଗଡ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

LEAVE A REPLY

Please enter your comment!
Please enter your name here