ନ୍ୟାୟ ନପାଇ ଶେଷରେ ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି ଜଣେ ମହିଳା । ମହିଳା ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିଲେ । ଆତ୍ମାହୁତି ଉଦ୍ୟମ ବେଳେ ମହିଳାଙ୍କୁ କାବୁ କରିଛନ୍ତି ସୁରକ୍ଷା କର୍ମୀ । ଉଦଳା ବିଜେଡିର ବିଧାୟକ ପ୍ରାର୍ଥୀ ଶ୍ରୀନାଥ ସୋରେନଙ୍କ ନାଁରେ ମହିଳା ଜଣକ ଅଭିଯୋଗ କରିଛିନ୍ତି । ଚାକିରି ପାଇଁ ଏକ ଲକ୍ଷ ଦେଇଥିଲେ କିନ୍ତୁ ଚାକିରୀ ମିଳିଲାନାହିଁ । ଟଙ୍କା ଫେରସ୍ତ ପାଇଁ ପରେ ଡକାଯାଇଥିଲା ଏବଂ ପରେ ତାଙ୍କ ଇଜ୍ଜତ ସହ ଖେଳାଯାଇଥିବା ଅଭିଯୋଗ କରିଛନ୍ତି ମହିଳା । ମହିଳା ଜଣଙ୍କ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳର ବୋଲି ସୂଚନା ମିଳିଛି । ମହିଳାଙ୍କ ଅଭିଯୋଗରେ ଯଦି ସତ୍ୟତା ଥାଏ ତେବେ ଏହା ଅତ୍ୟନ୍ତ ଗୁରୁତର ଅଭିଯୋଗ ବୋଲି ବିଶେଷଜ୍ଞମାନେ ସୂଚନା ମତ ଦେଇଛନ୍ତି

LEAVE A REPLY

Please enter your comment!
Please enter your name here