ମହଙ୍ଗା ହେଲା ଋଣ । ରେପୋ ରେଟ୍ ୪.୪୦ ପ୍ରତିଶତ ବୃଦ୍ଧି ହୋଇଛି । ଆରବିଆଇ ମନିଟାରୀ କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ମାର୍ଚ୍ଚରେ ମୁଦ୍ରାସ୍ଫୀତି ବଢିଛି । ସାରା ବିଶ୍ୱରେ ଆବଶ୍ୟକ ସାମଗ୍ରୀର ଦର ବି ବୃଦ୍ଧି ପାଇଛି । ମୁଦ୍ରାସ୍ଫୀତିକୁ ନଜରରେ ରଖି ସୁଧହାରକୁ ବୃଦ୍ଧି କରାଯାଇଥିବା ସମ୍ପର୍କରେ ସୂଚନା ଦିଆଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ପରେ ଏବେ ମହଙ୍ଗା ହେବାକୁ ଯାଉଛି ମାସିକ କିସ୍ତି ବା ଇଏମ୍ଆଇ ।

LEAVE A REPLY

Please enter your comment!
Please enter your name here