ସବୁ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ୍ । ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ । ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସ୍ୱର୍ଗତଃ କିଶୋର ମହାନ୍ତିଙ୍କ ପତ୍ନୀ ହେଉଛନ୍ତି ଅଳକା ମହାନ୍ତି । କିଶୋର ମହାନ୍ତିଙ୍କ ମୃତ୍ୟୁ ପରେ ଏ ଆସନ ଖାଲି ପଡିଥିଲା । ଭାରତୀୟ ଜନତା ପାର୍ଟି ତରଫରୁ ରାଧାରାଣୀ ପଣ୍ଡାଙ୍କ ନାଁ ପ୍ରଥମେ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅଳକାଙ୍କ ନାଁକୁ ଘୋଷଣା କରିଛନ୍ତି । କଂଗ୍ରେସ ପକ୍ଷରୁ ଏଯାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ । ମେ ୩୧ରେ ବ୍ରଜରାଜନଗର ପାଇଁ ଉପ ନିର୍ବାଚନ ହେବ । ମେ ୩୧ରେ ଭୋଟ ଗ୍ରହଣ କରାଯାଇ ଜୁନ୍ ୩ ତାରିଖରେ ଗଣତି କରାଯିବ ।

LEAVE A REPLY

Please enter your comment!
Please enter your name here