ୟାସିନ ମଲିକଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଶୁଣାଇଛନ୍ତି ଏହି ରାୟ । ଆଜୀବନ ଜେଲ ଦଣ୍ଡାଦେଶ ଦେଲେ ସ୍ପେଶାଲ ଏନଆଇଏ କୋର୍ଟ । କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ମାମଲାରେ ରହିଥିଲା ସଙ୍ଗୀନ ଅଭିଯୋଗ । ୨ଟି ମାମଲାରେ ୨ଟି ଆଜୀବନ ଜେଲ ଦଣ୍ଡାଦେଶ । ଅନ୍ୟ ୫ଟି ମାମଲାରେ ୧୦ ବର୍ଷ ଲେଖାଏଁ ଜେଲ ଦଣ୍ଡ । ଜେଲ୍ ଦଣ୍ଡ ସହ ୧୦ ଳକ୍ଷରୁ ଅଧିକ ଟଙ୍କାର ଜରିମାନା ଆଦେଶ । ସମସ୍ତ ଜେଲ ଦଣ୍ଡ ଅବଧି ଏକକାଳୀନ ଲାଗୁ ନିର୍ଦ୍ଦେଶ ।

LEAVE A REPLY

Please enter your comment!
Please enter your name here