ଦେଶବ୍ୟାପୀ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେ ସୁଦ୍ଧା ୨୦ରୁ ଅଧିକ ଦେଶରେ କାୟା ବିସ୍ତାର କଲାଣି ମଙ୍କିପକ୍ସ । ବିଶ୍ୱରେ ମୋଟ୍ ମଙ୍କିପକ୍ସ ସଙ୍କ୍ରମିତଙ୍କ ସଂଖ୍ୟା ୨୦୦ ଟପିଛି । ଏହାରି ଭିତରେ ବଡ ଖବର ହେଉଛି ଭାରତୀୟ ପ୍ରାଇଭେଟ ହେଲଥ କମ୍ପାନୀ ମଙ୍କିପକ୍ସ ଭାଇରସକୁ ଖୋଜିବାକୁ ରିୟଲ ଟାଇମ ଆରଟି ପିସିଆର କିଟ୍ ବାହାର କରିବା ପାଇଁ ଘୋଷଣା କରିଛି । ୨୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ନେଇ ସତର୍କ କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ସଂକ୍ରମଣ ରୋକିବାକୁ ତତ୍କାଳ ପଦକ୍ଷେପ ନେବା ଉଚିତ୍ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । । ଗୋଷ୍ଠୀ ସଙ୍କ୍ରମଣ କରିପାରେ ମଙ୍କିପକ୍ସ । ଭୂତାଣୁକୁ ନିୟନ୍ତ୍ରଣ କରାନଗଲେ ଆଗକୁ ଏହା ସଙ୍ଗୀନ ପରିସ୍ଥ୍‌ିିତି ସୃଷ୍ଟି କରିବ ବୋଲି ଚେତାବନୀ ଦେଇଛି ‘ହୁ’ । ୟୁରୋପ, ଆମେରିକାରେ ଭୂତାଣୁ ଏବେ ବ୍ୟାପି ଚାଲିଛି ।

LEAVE A REPLY

Please enter your comment!
Please enter your name here