ବାତ୍ୟା ଅମ୍ଫାନ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜ୍ୟରେ ବାତ୍ୟା ଯୋଗୁ ୭୨ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାରେ ୧୮ ଜଣଙ୍କ ଜୀବନ ଯାଇଥିବାବେଳେ କୋଲକାତା ସହର ଏଂବ ଏହାର ଆଖପାଖ ଅଞ୍ଚଳରେ ୧୫ ଜଣ ପ୍ରାଣ ହରାଇଛନ୍ତି । ଏହାସହିତ ବାତ୍ୟାରେ ଶତାଧିକ ଲୋକ ଆହତ ହୋଇଛନ୍ତି ବୋଲି ମମତା କହିଛନ୍ତି । ବାତ୍ୟା ପ୍ରଭାବରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଅଢେଇ ଲକ୍ଷ ଟଙ୍କା ସହାୟତା ଦେବାକୁ ସେ ଘୋଷଣା କରିଛନ୍ତି । ଅମ୍ଫାନର କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇ ମମତା କହିଛନ୍ତି ଯେ, ଜୀବନରେ ସେ ଏଭଳି ବିପର୍ଯ୍ୟୟ କେବେ ବି ଦେଖିନଥିଲେ । ଅମ୍ଫାନ ଯୋଗୁ ରାଜ୍ୟରେ ବହୁ ମାତ୍ରାରେ କ୍ଷତି ହୋଇଛି ବୋଲି ସେ କହିଛନ୍ତି । ପ୍ରବଳ ବର୍ଷା ସାଙ୍ଗକୁ ପବନ ଯୋଗୁ ବହୁ ଘରଦ୍ୱାର ନଷ୍ଟ ହୋଇଯାଇଛି । ବିଜୁଳି ଖୁଣ୍ଟ ଏବଂ ଗଛ ଉପୁଡି ପଡିବାରୁ ବିଦ୍ୟୁତ୍ ସରବରାହ ଏବଂ ଯାତାୟତ ବାଧାପ୍ରାପ୍ତ ହୋଇଛି ।

LEAVE A REPLY

Please enter your comment!
Please enter your name here