ସମସ୍ତଙ୍କର ଅତିପ୍ରିୟ ସିଙ୍ଗର କେକେ ଆଉ ନାହାଁନ୍ତି । ତାଙ୍କର ଅକାଳ ବିୟୋଗରେ ମର୍ମାହତ ଫ୍ୟାନ୍ , ସିଙ୍ଗର ଜଗତ । ତେବେ ଲାଇଭ୍ କନସର୍ଟରେ ଏମିତି କଣ ହେଲା ଯେ, କେକେଙ୍କ ଜୀବନ ଚାଲିଗଲା । କେକେଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ସସପେନ୍ସ । କେକେ ହୃଦଘାତରେ ପ୍ରାଣ ହରାଇଲେ ନାଁ ଆଉ କିଛି କାରଣ ରହିଛି । ଚର୍ଚ୍ଚା ହେଉଛି ଷ୍ଟେଜ୍ ଶୋ ବେଳେ ତାଙ୍କୁ ହୃଦଘାତ ହୋଇଥିଲା । ତେବେ ଶବ ବ୍ୟବଚ୍ଛେଦ ପରେ କେକେଙ୍କ ମରଶରୀରକୁ କୋଲକାତାରୁ ମୁମ୍ବାଇ ନିଆଯାଇଛି । କୋଲକାତା ରବିନ୍ଦ୍ର ସଦନରେ ଦିଆଯାଇଛି ଗନ୍ ସାଲ୍ୟୁଟ୍ । ମୁୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ରହି କେକେଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଥିଲେ । ଗତକାଲି କୋଲକାତାର ଏକ କଲେଜ ପୋଗ୍ରାମରେ ଗୀତ ଗାଇବା ପରେ ହଠାତ ଅସୁସ୍ଥ ହୋଇପଡିଥିଲେ କେକେ । ଏହାପରେ ସୁରକ୍ଷାକର୍ମୀମାନେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । ଅଭିଯୋଗ ଅନୁସାରେ କୋଲକାତାର ନାଜୁରୁଲ ମଞ୍ଚ ରେ ଗତକାଲି କାମ କରୁନଥିଲା ଏସି । ଲୋକଙ୍କ ଭିଡ ଯୋଗୁଁ ପ୍ରବଳ ଗରମ ଅନୁଭୁତ ହେଉଥିଲା । କେକେ ବାରମ୍ବାର ଗୀତରୁ ବିରାମ ନେଉଥିଲେ, ଝାଳ ପୋଛି ପାଣି ପିଉଥିଲେ । ଅନ୍ୟପଟେ କୋଲକାତା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, କେକେଙ୍କ ଶରୀରରେ କିଛି ଆଘାତ ଚିହ୍ନ ରହିଥିବା କୁହାଯାଉଛି । ଯାହାକୁ ନେଇ ସନ୍ଦେହ ବଢୁଛି ।

LEAVE A REPLY

Please enter your comment!
Please enter your name here