ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ଘଟଣାରେ 5ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଧାୟକଙ୍କ ପୁଅ ଥିବା ବେଳେ 3 ଜଣ ହେଉଛନ୍ତି ନାବାଳକ । ତେବେ ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ଜଣଙ୍କୁ ଗିରଫ କରିଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଘଟଣାଦିନ ପୀଡିତା ଜଣକ ପବ୍ ବାହାରେ ସମ୍ଭବତଃ ଆକ୍ରମଣକାରୀଙ୍କ ଗହଣରେ ଛିଡା ହୋଇଥିବାର ଭିଜୁଆଲ ରହିଛି । ଅଭିଯୁକ୍ତମାନେ ପୀଡିତାଙ୍କୁ ଘରେ ଛାଡିଦେବା ପାଇଁ କହିଛନ୍ତି । ପରେ ସେମାନେ ପୀଡିତାଙ୍କୁ ପାର୍କିଂ ସ୍ଥାନରେ ଥିବା ଗାଡି ଭିତରେ ଦୁଷ୍କର୍ମ କରିଛନ୍ତି । ଗାଡି ଭିତରେ ଜଣେ ଦୁଷ୍କର୍ମ କରୁଥିବା ବେଳେ ଅନ୍ୟମାନେ ଗାଡି ବାହାରେ ଛିଡା ହୋଇଥିବାର ଦୃଶ୍ୟ ରହିଛି । ନାବାଳିକାଙ୍କୁ ଗଣଦୁଷ୍କର୍ମ ମର୍ସିଡିଜ୍ କାର୍ ଭିତରେ ହୋଇଥିବା ପୂର୍ବରୁ କୁହାଯାଉଥିବା ବେଳେ ପୋଲିସ କହିଛି, ଇନୋଭା କାର୍ ଭିତରେ ଏହି ଘଟଣା ଘଟିଛି ।
ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ପକସୋ ଆକ୍ଟରେ ମାମଲା ରୁଜୁ କରିଛି । ପୀଡିତା ଜଣକ ଜଣେ ଅଭିଯୁକ୍ତଙ୍କ ନାଁ କହିଥିବା ବେଳେ ଘଟଣା ସଂପର୍କରେ କିଛି କହିବା ଅବସ୍ଥାରେ ନାହିଁ ବୋଲି ତାଙ୍କ ବାପା କହିଛନ୍ତି । ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here