ବିଧାନ ପରିଷଦ ଗଠନ ନେଇ ସଂକଳ୍ପ ପ୍ରସ୍ତାବ ବିଧାନସଭାରେ ଆଗତ ହୋଇଛି । ସଂକଳ୍ପ ପ୍ରସ୍ତାବ ଆଗତ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ମନ୍ତ୍ରୀ ଆରୁଖ କହିଛନ୍ତି , ବର୍ତ୍ତମାନ ଦେଶର ୭ଟି ରାଜ୍ୟରେ ବିଧାନ ପରିଷଦ କାର୍ଯ୍ୟ କରୁଛି । ବିଧାନ ପରିଷଦ ପାଇଁ ଗଠିତ କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେଇଛନ୍ତି । ଓଡିଶାର ବିଧାନ ପରିଷଦ ଗଠନ ହେଲେ ମୋଟ୍ ୪୯ ଜଣ ସଦସ୍ୟ ରହିବେ । ଏହା ଏକ ସ୍ଥାୟୀ ଗୃହ ଭାବେ କାମ କରିବ । ଏଥିରେ ବାର୍ଷିକ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।
ଏଥିସହିତ ସେ କହଛନ୍ତି ଯେ, ପ୍ରତି ୨ ବର୍ଷରେ ଏକ ତୃତୀୟାଂଶ ସଭ୍ୟ ଅବସର ଗ୍ରହଣ କରିବେ । ୪୯ ମଧ୍ୟରୁ ୧୬ ଜଣ ବିଧାନସଭା ସଦସ୍ୟଙ୍କ ଦ୍ୱାରା ନିର୍ବାଚିତ ହେବେ । ୧୬ ଜଣ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ମ୍ୟୁନିସପାଲଟି ଦ୍ୱାରା ନିର୍ବାଚିତ ହେବେ । ୪ ଜଣ ଇଲେକ୍ଟୋରାଲ କଲେଜ ଦ୍ୱାରା ନିର୍ବାଚିତ ହେବେ । ବାକି ୯ ଜଣ କଳା, ସାହିତ୍ୟ , ସମାଜସେବା କ୍ଷେତ୍ରରୁ ମନୋନିତ ହେବେ । ତେବେ ବିଧାନ ପରିଷଦ ଗଠନ ପ୍ରସ୍ତାବକୁ କଂଗ୍ରେସ ଓ ବିଜେପି ବିରୋଧ କରିଛନ୍ତି. ଆଭ୍ୟନ୍ତରିଣ ଅସନ୍ତୋଷକୁ ଏଡାଇବା ପାଇଁ ଏହା କ୍ଷମତାସୀନ ବିଜେଡିର ଏକ ରାଜନୀତିକ ଚାଲ୍ ବୋଲି ବିରୋଧୀ କହିଛନ୍ତି.

LEAVE A REPLY

Please enter your comment!
Please enter your name here