କଥା ଦେଇ କଥା ରଖିଲେନି ବିଧାୟକ । କୋର୍ଟ ମ୍ୟାରେଜ ପାଇଁ ଗତମାସ 17 ତାରିଖରେ ଆବେଦନ କରିଥିବା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ କୋର୍ଟକୁ ଆସିଲେନି । କୋର୍ଟରେ ଅପେକ୍ଷା କରି କରି ଫେରିଲେ ପ୍ରେମିକା । ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ତାଙ୍କ ପ୍ରେମିକା ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଗତମାସ 17 ତାରିଖରେ ଉଭୟ ବିବାହ ପଞ୍ଜିକରଣ ପାଇଁ ଆବେଦନ କରିଥିଲେ । ଆଜି ଆବେଦନର ମାସକ ପରେ ପ୍ରେମିକା ପହଞ୍ଚିଥିଲେ ସବରେଜିଷ୍ଟରଙ୍କ ଅଫିସରେ । ବିଧାୟକ ପ୍ରେମିକଙ୍କୁ ଫୋନ ପରେ ଫୋନ କରିଥିଲେ । କିନ୍ତୁ କିଛି ଉତ୍ତର ମିଳି ନ ଥିଲା ବୋଲି ପ୍ରେମିକା ସୋମାଲିକା କହିଛନ୍ତି । ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ବି ବିଧାୟକଙ୍କ ଦେଖାଦର୍ଶନ ମିଳି ନ ଥିଲା । ବିଧାୟକ କହିଛନ୍ତି, ବିବାହ ପଂଜିକରଣ ଆବେଦନର 90 ଦିନ ଭିତରେ କରାଯାଇପାରିବ । ଆହୁରି 60 ଦିନ ବାକି ରହିଛି । ଆଜି ସବରେଜିଷ୍ଟରଙ୍କ ପାଖକୁ ଯିବା ସଂପର୍କରେ ସେ ଜାଣି ନ ଥିଲେ ।

LEAVE A REPLY

Please enter your comment!
Please enter your name here