ଗଞ୍ଜେଇ କାରବାର କରିବା ପାଇଁ ନୂଆ ଏବଂ ସୁରକ୍ଷିତ ଉପାୟ ଅବଲମ୍ବନ କରୁଛନ୍ତି ମାଫିଆମାନେ । ଗଞ୍ଜେଇ ଚାଲାଣ ପାଇଁ ବ୍ୟବହାର କରୁଛନ୍ତି ଆମ୍ବୁଲାନ୍ସ । ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ଠିକ୍ ସମୟରେ ସେବା ଯୋଗାଇପାରୁନଥିବା ବେଳେ ଗଞ୍ଜେଇ ଚାଲାଣ ପାଇଁ ଏହାକୁ ମାଧ୍ୟମ ଭାବେ ବାଛିଛନ୍ତି ମାଫିଆମାନେ ।

ଆମ୍ବୁଲାନ୍ସରେ ମାଲକାନଗିରିରୁ ଦିଲ୍ଲୀକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୁଲିସ ଏହାକୁ ଜବତ କରିଛି । ଏକ ପିକଅପ୍ ଭ୍ୟାନ ଓ ଆମ୍ବୁଲାନ୍ସ ସହ 5 ଜଣ ଚାଲାଣକାରୀଙ୍କୁ ଧରିଛି ପୁଲିସ । ଗୁରୁବାର ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନା କର୍ମଚାରୀ ମାନେ ପାଟ୍ରୋଲିଂ କରୁଥିବା ବେଳେ ପିକଅପ ଭ୍ୟାନଟିକୁ ଅଟକାଇ ପଚରାଉଚରା କରିଥିଲେ । ପରେ ପଛରେ ଏକ ଆମ୍ବୁଲାନ୍ସରେ ଗଞ୍ଜେଇ ଆସୁଥିବା ଜାଣିବାକୁ ପାଇଥିଲେ । ଗଞ୍ଜେଇ ବୋଝେଇ ଆମ୍ବୁଲାନ୍ସଟିକୁ ପୁଲିସ ଜବତ କରିବା ବେଳେ ସେଥିରୁ ଏକ କ୍ୟୁଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ।

LEAVE A REPLY

Please enter your comment!
Please enter your name here