ଶ୍ରାବଣ ମାସରେ ଅସହ୍ୟ ତାତି ସହ ପ୍ରବଳ ଗୁଳୁଗୁଳି । ସମସ୍ତ ଜିଲ୍ଲାରେ ଅସହ୍ୟ ଗରମରେ ହନ୍ତସନ୍ତ ଲୋକେ । ଅନଗୁଳରେ ସର୍ବାଧିକ ୩୬ ଦଶମିକ ୧ , ସମ୍ବଲପୁର ୩୬ ସେଲସିୟସ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଭୁବନେଶ୍ୱର ଏବଂ କଟକରେ ୩୫ ଡିଗ୍ରୀ ସେଲସିୟସ ରହିଛି । ରାଜ୍ୟର ୧୮ଟି ସହରରେ ୩୫ ଡିଗ୍ରୀ ଉପରେ ତାପମାତ୍ରା ରହିଛି । ଜୁନ୍ , ଜୁଲାଇ ମାସରେ ଯେତିକି ବର୍ଷା ହେବା କଥା ତାଠାରୁ ୮ ପ୍ରତିଶତ କମ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ଦୁଇ ଦିନ ଯାଏଁ କଲବଲ କରିବ ଖରା । ରାଜ୍ୟରେ ମୌସୁମୀ ଦୁର୍ବଳ ସ୍ଥିତିରେ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି । ତେବେ ଆସନ୍ତା ୬ ତାରିଖରୁ ରାଜ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here