କରୋନା ମହାମାରୀ ଭିତରେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଅନଲାଇନରେ ହେବ ଫର୍ମ ପୂରଣ । ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅନଲାଇନରେ ଫର୍ମ ପୂରଣ କରିପାରିବେ । ଆସନ୍ତା ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଛି ବିଗ୍ୟପ୍ତି । ସକାଳ ୧୦ଟାରୁ ଫର୍ମ ପୂରଣ ଆରମ୍ଭ ହେବ । ଏହା ୨୮ ତାରିଖ ଯାଏଁ ଚାଲିବ । ତେବେ ଫର୍ମ ପୂରଣ ପାଇଁ ଜାନୁଆରୀ ୨୭ ଫି’ ଦାଖଲର ଶେଷ ଦିନ ରଖାଯାଇଛି । ସେହିପରି ଜାନୁଆରୀ ୨୮ରୁ ଫେବ୍ରୁଆରୀ ୧ ତାରିଖ ରାତି ୧୧ଟା ୪୫ ଯାଏ ଜରିମାନା ସହିତ ଫର୍ମ ପୂରଣ କରାଯାଇପାରିବ । ତେବେ ଜରିମାନା ସହିତ ଫର୍ମ ପୂରଣର ଶେଷଦିନ ଫେବ୍ରୁଆରୀ ୨ ତାରିଖ ରହିଛି । ୱେବ ସାଇଟ୍‌ରେ ଫର୍ମ ପୂରଣ ପାଇଁ ଲିଙ୍କ୍ ଏବଂ ନିର୍ଦ୍ଦେଶାବଳୀ ଉଲ୍ଲେଖ ରହିଛି ।

LEAVE A REPLY

Please enter your comment!
Please enter your name here