ସ୍ବାଧୀନତା ଦିବସ ପାଳନ କରିବେ ଛାତ୍ରଛାତ୍ରୀ I ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିନା ଛାତ୍ରଛାତ୍ରୀରେ ବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା I ତେବେ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁ ଛାତ୍ରଛାତ୍ରୀ ସ୍ବାଧୀନତା ଦିବସ ପାଳନରୁ ବଞ୍ଚିତ ହେଉଥିବା ବେଳେ ଚଳିତବର୍ଷ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଯ଼ାଇଥିବା ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା I ସରକାରୀ ବିଜ୍ଞପ୍ତିକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ବଦଳାଇଛନ୍ତି I ଫଳରେ ଆସନ୍ତା 15 ତାରିଖରେ ଛାତ୍ରଛାତ୍ରୀ ବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳନ କରିପାରିବେ I ତେବେ ସ୍ବାଧିନତା ଦିବସ ପାଳନ ବେଳେ କୋଭିଡ କଟକଣାକୁ କଡାକଡି ଅନୁସରଣ କରାଯ଼ିବ ବୋଲି ସଂଶୋଧିତ ବିଜ୍ଞପ୍ତିରେ କୁହାଯାଇଛି I ବିଦ୍ୟାଳୟର ପ୍ରଧାନଶିକ୍ଷକ ଏହାକୁ ତଦାରଖ କରିବେ I

LEAVE A REPLY

Please enter your comment!
Please enter your name here