ସହିଦ ରାଣାପ୍ରତାପଙ୍କୁ ଅଶ୍ରୁଳ ବିଦାୟ ।
ବାୟୁସେନାରେ ଓାରେଣ୍ଟ ଅଫିସର ଥିବା ରାଣା ପ୍ରତାପ ସିଡିଏସ ବିପିନ ରାଓତଙ୍କ ଚପର୍ କ୍ରାସରେ ସହିଦ ହୋଇଥିଲେ । ଆଜି ତାଙ୍କ ମରଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବ୍ୟକ୍ତି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ବିମାନ ବନ୍ଦରରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ସହିଦ ରାଣାପ୍ରତାପଙ୍କ ପାର୍ଥିବ ଶରୀର ତାଙ୍କ ଜନ୍ମଭୂମି ତାଳଚେର ସ୍ଥିତ କୃଷ୍ଣଚନ୍ଦ୍ରପୁର ଗାଁକୁ ନିଆଯାଇଥିଲା । ରାସ୍ତା ଦୁଇକଡରେ ହଜାର ହଜାର ଲୋକ ସହିଦ ରାଣା ପ୍ରତାପଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । କୃଷ୍ଣଚନ୍ଦ୍ରପୁର ଗାଁ ଶ୍ମଶାନରେ ରାଣା ପ୍ରତାପଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ରାଣା ପ୍ରତାପ ଅମର ରହେ ଧ୍ବନୀରେ ପ୍ରକମ୍ପିତ ହୋଇ ଉଠିଥିଲା ।
କେବଳ କୃଷ୍ଣଚନ୍ଦ୍ରପୁର ଗାଁ ନୁହେଁ, ତାଳଚେର ଏବଂ ତାଳଚେର ବାହାରୁ ମଧ୍ୟ ହଜାର ହଜାର ଲୋକ ରାଣା ପ୍ରତାପଙ୍କ ଅନ୍ତିମ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ରାଣାଙ୍କ ପରିବାର, ଆତ୍ମୀୟସ୍ବଜନ, ଗ୍ରାମବାସୀ ସମସ୍ତେ ଅଶ୍ରୁଳ ବିଦାୟ ଦେଇଥିଲେ ସହିଦଙ୍କୁ । ଶୋକାକୁଳ ପରିବେଶ ଏବଂ ସହିଦ ଅମର ରହେ ଧ୍ବନୀ ଭିତରେ ରାଣାଙ୍କ ଅନ୍ତ୍ୟଷ୍ଟିକ୍ରିୟା ସଂପନ୍ନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here