ଖୋଲିବ ହୀରାକୁଦର ଆଉ ୪୦ଟି ଗେଟ୍ । ସ୍ଥିତି ଦେଖି ଓ ଟେକ୍ନିକାଲ କମିଟି ସହିତ କଥା ହୋଇ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ବନ୍ୟା ନିୟନ୍ତ୍ରଣ କରିବାକୁ ଜଳଭଣ୍ଡାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ନିୟନ୍ତ୍ରଣ ପାଇଁ ଟେକ୍ନିକାଲ କମିଟି ନିଷ୍ପତ୍ତି ଅନୁସାରେ କାର୍ଯ୍ୟ ହେଉଛି । ତେବେ ୪୦ଟି ଗେଟ୍ ଖୋଲିବା ନିଷ୍ପତ୍ତିରେ ଛତିଶଗଡର କିଛି ଭୂମିକା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଆଗକୁ ହେବାକୁ ଥିବା ଲଘୁଚାପବେଳେ ପୁଣି ପ୍ରବଳ ବର୍ଷାର ଆଶଙ୍କା ରହିଛି । ଏଣୁ ଏବେଠାରୁ ସଠିକ ଜଳ ପରିଚାଳନା କରାଯାଉଥିବା ସେ କହିଛନ୍ତି ।