ସାଲେପୁର କୁଳିଆ ପଡିଆରେ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଜଗନ୍ନାଥଙ୍କୁ ପ୍ରଣାମ କରି ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବା ପରେ ପ୍ରଶ୍ନ ଆରମ୍ଭ କରିଛନ୍ତି ଶ୍ରୀ ଶାହା । ସେ କହିଛନ୍ତି କି, ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱରେ ଆଗକୁ ବଢୁଛି । ଆଗାମୀ ନିର୍ବାଚନରେ ରାଜ୍ୟରେ ଓଡିଆ ଭାଷା କହୁଥିବା ମୁଖ୍ୟମନ୍ତ୍ରୀ ହେବା ଦରକାର । ବକ୍ସି ଜଗବନ୍ଧୁ ଆଦି ସହିଦଙ୍କ ସ୍ୱପ୍ନକୁ ସାକାର କେବଳ ମୋଦୀ ହିଁ କରିପାରିବେ । ବିଜେପି ଅନ୍ୟ ଦଳଠାରୁ ଭିନ୍ନ । କାରଣ ଏହା କର୍ମୀଙ୍କ ଦଳ ନେତାଙ୍କ ନୁହେଁ । କଂଗ୍ରେସକୁ ମଧ୍ୟ ସମାଲୋଚନା କରିଛନ୍ତି ଶାହା । ଦେଶର ରାହୁଲ ବାବୁଙ୍କ ଚାରୋଟି ପିଢୀ ଶାସନ କରିଛି କିନ୍ତୁ ଗରୀବଙ୍କ ଘରେ ଗ୍ୟାସ ପହଁଚି ନଥିଲା । କିନ୍ତୁ ମୋଦୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସାକାର କରିଛନ୍ତି । ସେହିପରି ବିଜେପି ସରକାର ସମସ୍ତ ଘରକୁ ଶୌଚାଳୟ ପ୍ରଦାନ କରିଛି । ପ୍ରତି ଘରକୁ ବିଜୁଳି, ମହିଳାଙ୍କ ସୁରକ୍ଷା ମୋଦୀ ସରକାର କରିଛନ୍ତି । କିନ୍ତୁ ଅନେକ ଯୋଜନା ନବୀନ ସରକାର ଲୋକଙ୍କ ପାଖକୁ ପହଁଞ୍ଚାଇବାକୁ ଦେଉନାହାନ୍ତି । ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ଲାଗୁ କରୁନାହାନ୍ତି । ବିଶ୍ୱରେ ସବୁଠାରୁ ଖଣିଜ ସମ୍ପଦ ଓଡିଶାର ରହିଛି କିନ୍ତୁ ଓଡିଶାବାସୀ ଗରିବ । ଏହାର କାରଣ କଣ ? ବିଜେପି ଓଡିଶାକୁ ନମ୍ବର ୧ କରିବ ।  ସେ କହିଛନ୍ତି କି୧୯ ବର୍ଷର ନବୀନ ସରକାର ୧୯ରେ ସମାପ୍ତ କରନ୍ତୁ । ୧୯ ବର୍ଷ ବିଜେଡିକୁ ସୁଯୋଗ ଦେଲେ କିନ୍ତୁ ରାଜ୍ୟର ବିକାଶ ହେଲା ନାହିଁ । ୫ ବର୍ଷ ବିଜେପିକୁ ଦିଆଗଲେ ରାଜ୍ୟର ବିକାଶ ହେବ । ବିଜେଡି ଏବଂ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାଖ । ଏମାନେ ଆସିବେ ଆଉ ଯିବେ , କିନ୍ତୁ ଓଡିଶାର ବିକାଶ କରିପାରିବେ ନାହିଁ । ଗୋଟିଏ ସୁଯୋଗ ମୋଦୀଙ୍କୁ ଦେବାକୁ ସେ କହିଛନ୍ତି । ଏହା ପୂର୍ବରୁ ସେ କଟକ ସତ୍ୟଭାମାପୁରରେ ରାଜ୍ୟର ଗୌରବ ମଧୁସୂଦନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here