ଚିକିତ୍ସା କହିଲେ ସମସ୍ତେ ବୁଝନ୍ତି. ମାତ୍ର ପ୍ରାଥମିକ ଚିକିତ୍ସା କହିଲେ କେହି ବୁଝନ୍ତିନି. ଯେଉଁଥିପାଇଁ ଆମ ଦେଶରେ ପ୍ରତି ବର୍ଷ ପ୍ରାୟ 13.4 ଲକ୍ଷ ଲୋକ ଦୁର୍ଘଟଣାରେ ପ୍ରାଥମିକ ଚିକିତ୍ସା ନ ପାଇ ଅକାଳରେ ମୃତ୍ୟୁବରଣ କରିଥାନ୍ତି. ପ୍ରତିବର୍ଷ ସେପ୍ଟେମ୍ବର 8 ତାରିଖକୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ରୂପେ ପାଳନ କରାଯାଏ.ଏହି ଦିବସରେ ଲୋକମାନଙ୍କୁ ପ୍ରାଥମିକ ଚିକିତ୍ସା ବିଷୟରେ ପ୍ରେରଣା ଦିଆଯାଇଥାଏ.ଏହାକୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ରୂପେ ପ୍ରଥମେ ଇଣ୍ଚରନ୍ୟାସନାଲ ଫେଡେରେସନ ଅଫ ରେଡକ୍ରସ କ୍ରିସେଣ୍ଟ ସୋସାଇଟି 2000 ମସିହାରେ ଆରମ୍ଭ କରିଥିଲା. ଜଣେ ଲୋକର ଦୁର୍ଘଟଣା ସମୟରେ ତାର ପ୍ରଥମେ କିପରି ପ୍ରାଥମିକ ଚିକିତ୍ସା କରାଯାଇପାରିବ ସେ ବିଷୟରେ ଜଣଙ୍କୁ ଜାଣିବା ନିହାତି ଦରକାର. ଏଥିପାଇଁ କୈାଣସି ପ୍ରଶିକ୍ଷଣ ଦରକାର ହୁଏନାହିଁ. ସାଧାରଣ ଭାବରେ ଆମ ପାଖରେ ହେଉ କିମ୍ବା ଘର କିମ୍ବା ଗାଡି ହେଉ ସବୁବେଳେ ଫାର୍ଷ୍ଟ ଏଡର କିଟ୍ ରହିବା ନିହାତି ଜରୁରୀ.













