ଉତ୍ତର ଓଡିଶାରେ ଲଘୁଚାପ ଜନିତ ପ୍ରବଳବର୍ଷା ସମ୍ଭାବନା ଥିବାରୁ ବ୍ରାହ୍ମଣୀ, ବୁଢାବଳଙ୍ଗ ଓ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି । ଫଳରେ ସମ୍ଭାବ୍ୟ ବନ୍ୟା ସ୍ଥିତି ଉପୁଜିପାରେ ବୋଲି କୁହାଯାଇଛି । ଆସନ୍ତା 21 ତାରିଖ ଯାଏଁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଚାରୋଟି ଜିଲ୍ଲା ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ରେଡ ଓାଣିଂ ଦିଆଯାଇଛି । ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଡ୍ୟାମଗୁଡିକୁ ଜଳସଂପଦ ବିଭାଗ ପକ୍ଷରୁ ଖାଲି କରିଦିଆଯାଇଛି । ମହାନଦୀ ଅବବାହିତାରେ ଯଦିଓ ଜଳସ୍ତର କମିବାରେ ଲାଗିଛି, ତେବେ ଆଜିଠାରୁ ଆରମ୍ଭ ହୋଇଥିବା ବର୍ଷା ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଜଟିଳ କରିପାରେ ବୋଲି ଆଶଙ୍କା କରାଯାଇଛି ।

LEAVE A REPLY

Please enter your comment!
Please enter your name here