ବଢୁଛି ପନିପରିବା ଦର । କଟକ ଛତ୍ର ବଜାର ଉପରେ ବନ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ସବୁ ପରିବା ଦର ୪୦ ଟଙ୍କା ଉପରେ । ଆଗକୁ ଆଳୁ , ପିଆଜ ଦର ବଢିବ ବୋଲି ଆଶଙ୍କା କରିଛି ଛତ୍ର ବଜାର ବ୍ୟବସାୟୀ ସଂଘ । ବିଭିନ୍ନ ଜିଲ୍ଲାର ନଦୀକୁଳବର୍ତ୍ତୀ ଅଞ୍ଚଳ ଗୁଡିକରେ ସୃଷ୍ଟି ବନ୍ୟା ଯୋଗୁଁ ଏକର ଏକର ପରିବା ଚାଷ ନଷ୍ଟ ହୋଇଛି । ସ୍ଥାନୀୟ ଚାଷୀଙ୍କ ପରିବା ନଥିବାରୁ କିଛିଦିନ ଧରି ଦର ଉଚା ରହିଥିଲା । ଏବେ ରାଜ୍ୟ ବାହାରୁ ପରିବା ଆସିବା ପରେ ଦର ଟିକେ କମିଛି ।

LEAVE A REPLY

Please enter your comment!
Please enter your name here