2022 ମସିହାରେ ଯେଉଁ ତିନି ଜଣ ଭାରତୀୟ ଅନ୍ତରୀକ୍ଷଯାତ୍ରୀ ଗଗନୟାନରେ ଅନ୍ତରୀକ୍ଷ ଯାତ୍ରାରେ ସୁଟ ପିନ୍ଧି ଯାତ୍ରା କରିବେ ତାକୁ ବେଙ୍ଗାଲୁରୁରେ ଅନୁଷ୍ଠିତ ସ୍ପେସ ଏକ୍ସପୋରେ ଗୁରୁବାରଦିନ ଇସ୍ରୋ ତାର ପ୍ରୋଟୋଟାଇପକୁ ପ୍ରଥମଥର ପାଇଁ ପ୍ରଦର୍ଶନ କରିଛି. ନାରଙ୍ଗୀ ରଙ୍ଗର ଏହି ସୁଟକୁ ଦୀର୍ଘ ଦୁଇ ବର୍ଷ ହେବ ତିରୁବନ୍ଥପୁରମସ୍ଥିତ ସାରାଭାଇ ସ୍ପେସ ସେଣ୍ଟରରେ ପ୍ରସ୍ତୁତ କରାଯାଉଥିଲା. ଏହି ଏଜେନ୍ସି କ୍ରିଉ ମଡେଲ ଏବଂ କ୍ରିଉ ସ୍ପେସ ମଡେଲ କ୍ୟାପସୁଲକୁ ମଧ୍ୟ ପ୍ରଦର୍ଶନ କରିଛି. ଗଗନୟାନ ଅଭିଯାନରେ ତିନିଜଣ ଅନ୍ତରୀକ୍ଷଯାତ୍ରୀଙ୍କୁ ଅନ୍ତରୀକ୍ଷକୁ ପଠାଯିବ ଯେଉଁଥିପାଇଁ ତିନୋଟି ସୁଟ୍ ଦରକାର ହେବ.ତା ମଧ୍ୟରୁ ଦୁଇଟିକୁ ଇସ୍ରୋ ପ୍ରସ୍ତୁତ କରିଛି ଏବଂ ତିନି ନମ୍ବରଟିର କାମ ବର୍ତ୍ତମାନ ଚାଲୁରହିଛି. ତେବେ ପ୍ରତ୍ୟେକ ସୁଟରେ ଅକ୍ସିଜେନ ସିଲିଣ୍ଡରକୁ ଫିଟ କରାଯିବ ଯାହା ଅନ୍ତରୀକ୍ଷଯାତ୍ରୀଙ୍କୁ 1 ଘଣ୍ଟା ପର୍ଯ୍ୟନ୍ତ ଅକ୍ସିଜେନ ଦେବ. ଥର୍ମାଲ ସାଇଲ୍ଡରେ ତିଆରି ହୋଇଥିବା ଏହି କ୍ୟାପସୁଲରେ ତିନିଜଣ ଅନ୍ତରୀକ୍ଷଯାତ୍ରୀ 5ରୁ 7 ଦିନ ପର୍ଯ୍ୟନ୍ତ ମହାକାଶରୁ 400 କି.ମି ଦୂର କକ୍ଷରେ ରହିପାରିବେ. ସେଠାରେ ସେମାନେ ମାଇକ୍ରୋବାୟୋଲୋଜୀ ଉପରେ ଅଧ୍ୟୟନ କରିବେ.ଏହି କ୍ୟାପସୁଲ ପ୍ରତି 90 ମିନିଟରେ ପୃଥିବୀରେ ଏକ ରାଉଣ୍ଡ ଲଗାଇବ ଯଦ୍ଦାରା ଅନ୍ତରୀକ୍ଷଯାତ୍ରୀ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖିପାରିବେ. ତିନିଜଣ ଅନ୍ତରୀକ୍ଷଯାତ୍ରୀ ପ୍ରତି 24 ଘଣ୍ଟାରେ ଭାରତକୁ ମହାକାଶରୁ ଦୁଇଥର ଦେଖିପାରିବେ.

LEAVE A REPLY

Please enter your comment!
Please enter your name here