ଚାଇନାର ସବୁଠାରୁ ଧନୀଶାଳୀ ବ୍ୟକ୍ତିତ୍ୱ ତଥା ଇ-କମର୍ସ କମ୍ପାନୀ ‘ଅଲିବାବା’ର ସହସଂସ୍ଥାପକ ଜ୍ୟାକ ମା ଚାକିରିରୁ ଅବସର ନେବାକୁ ଯାଉଛନ୍ତି । ଆସନ୍ତା ୧୦ ତାରିଖରେ ଚାକିରିରୁ ଅବସର ନେଇ ଶିକ୍ଷା କ୍ଷେତ୍ରରେ କାମ କରିବେ ବୋଲି କହିଛନ୍ତି ଜ୍ୟାକ । ଫୋବର୍ସ ମୁତାବକ ବର୍ତ୍ତମାନ ଜ୍ୟାକଙ୍କ ମୋଟ ସମ୍ପତ୍ତିର ପରିମାଣ ୨୬୩୯ ଅରବ ଡଲାର । ଜଣେ ଇଂରାଜୀ ଶିକ୍ଷକ ଭାବେ ଜ୍ୟାକ ମା ନିଜକୁ ସମାଜସେବା କାର୍ଯ୍ୟରେ ନିବୃତ୍ତ କରିଛନ୍ତି । ୧୯୯୦ ମସିହାରେ ୧୭ ଜଣ ଲୋକଙ୍କୁ ନେଇ ଚାଇନାର ଝେଜିୟାଙ୍ଗର ୟାଙ୍ଗଝୁରେ ଥିବା ନିଜ ଆପାର୍ଟମେଣ୍ଟରେ ଇ-କମର୍ସ କମ୍ପାନୀ ‘ଅଲିବାବା’ ନାମରେ ଏକ କମ୍ପାନୀ ସ୍ଥାପନ କରିଥିଲେ । ଏହି କମ୍ପାନୀ ମାସକୁ ପ୍ରାୟ ୪୦ ଅରବ ଡଲାର କମାଇଥାଏ । ଜ୍ୟାକ୍ ମାଙ୍କୁ ଚାଇନାର ଭଗବାନ ଭାବେ ବିିଭିନ୍ନ ଘରେ ପୂଜା କରାଯାଏ । ଚାଇନାର ଅଧିକାଂଶ ଘରେ ଜ୍ୟାକଙ୍କ ଫଟୋ ଲଗାଯାଇଥାଏ ।

LEAVE A REPLY

Please enter your comment!
Please enter your name here