ଆଜିଠୁ ବ୍ରିଟେନରେ ଆରମ୍ଭ ହେଲା ରାଜା ଚାର୍ଲସ ତୃତୀୟଙ୍କ ରାଜୁତି । ରାଣୀ ଏଲିଜାବେଥଙ୍କ ଦେହାନ୍ତ ପରେ ଚାର୍ଲସ ତୃତୀୟ ଯଦିଓ ରାଜଗାଦିରେ ବସିଥିଲେ, ମାତ୍ର ବିଧିବଦ୍ଧ ଭାବେ ତାଙ୍କର ରାଜ୍ୟାଭିଷେକ ହୋଇନଥିଲା । ଆଜି ବଙ୍କିଙ୍ଗହାମ ରାଜପ୍ରାସାଦରେ ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ ସମାରୋହ ଆୟୋଜନ କରାଯାଇଥିଲା । ବଙ୍କିଙ୍ଗହାମ ରାଜପ୍ରାସାଦରୁ ଶୋଭାଯାତ୍ରାରେ ବାହାରିଥିଲେ କିଙ୍ଗ ଚାର୍ଲସ ତୃତୀୟ ଓ ରାଣୀ କାମିଲା । 18 ଫୁଟ ଲମ୍ବର ସୁସଜ୍ଜିତ ଡାଇମଣ୍ଡ ଜୁବଲି ଷ୍ଟେଟ କୋଚକୁ 6ଟି ଘୋଡା ଟାଣି ଟାଣି ନେଇଥିଲେ । ଏହି ଭବ୍ୟ ରାଜ୍ୟାଭିଷେକ ସମାରୋହକୁ ବିଭିନ୍ନ ଦେଶରୁ ଦୁଇ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା । 1953 ପରେ ବ୍ରିଟେନରେ ପ୍ରଥମ ଥର ପାଇଁ ଏଭଳି ଭବ୍ୟ ସମାରୋହ ଆୟୋଜନ କରାଯାଇଥିଲା । ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏହି ଉତ୍ସବରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here