କଂଗ୍ରେସକୁ ବଡ ଝଟକା I ଦଳ ଛାଡିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମନବୀ ଆଜାଦ I ସେ ଦଳର ସମସ୍ତ ପଦପଦବୀ ସମେତ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଆଜାଦ I ଦଳୀୟ କାର୍ଯ୍ୟଧାରାକୁ ନେଇ ଦୀର୍ଘଦିନ ଧରି ଅସନ୍ତୁଷ୍ଟ ଥିବା ବରିଷ୍ଠ ନେତା ଆଜାଦ ନିକଟରେ ଜମ୍ମୁ କାଶ୍ମୀର କ୍ୟାମ୍ପେନ କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ I କଂଗ୍ରେସ କାର୍ଯ୍ୟଧାରା ତଥା ସାଙ୍ଗଠନିକ ପରିଚାଳନାକୁ ନେଇ ଦଳରେ ଅସନ୍ତୁଷ୍ଟ ଥିବା ଜି 23 ନେତାମାନଙ୍କ ମଧ୍ୟରେ ଗୁଲାମନବୀ ଆଗରେ ଥିଲେ I ରାହୁଲଗାନ୍ଧୀ 2013ରୁ ଏଆଇସିସି ଉପସଭାପତି ହେବା ପରଠୁ ଦଳର ସଙ୍ଗଠନ ଭୁଷୁଡିବାରେ ଲାଗିଛି ବୋଲି ସେ ସିଧାସଳଖ ସମାଲୋଚନା କରିଛନ୍ତି I
ଗୁଲାମନବୀ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନିକଟକୁ ଦେଇଥିବା ଇସ୍ତଫାପତ୍ରରେ ଅନେକ ବିସ୍ଫୋରକ କଥା ଉଲ୍ଲେଖ କରିଛନ୍ତି I ରାହୁଲ ଗାନ୍ଧୀଙ୍କ ପିଲାଳିଆମି ତଥା ଅପିରପକ୍ବତା ପାଇଁ ଦଳ କିଭଳି ନଷ୍ଟ ହୋଇଗଲା, ତାହା ଉଲ୍ଲେଖ କରିଛନ୍ତି I ଦଳର ବରିଷ୍ଠ ନେତାମାନଙ୍କୁ ଅପଦସ୍ତ ହେବାକୁ ପଡିଛି I ରାହୁଲ ଦଳର ସର୍ବୋଚ୍ଚ ମୁଖ୍ୟ ପଦରେ ନ ଥିଲେ ବି ନିଜକୁ ସର୍ବେସର୍ଭା ବୋଲି ଭାବି କାର୍ଯ୍ୟ କରିବା ଦଳକୁ ତଳିତଳାନ୍ତ କରିଦେଇଛି ବୋଲି ଗୁଲାମନବୀ କହିଛନ୍ତି I

LEAVE A REPLY

Please enter your comment!
Please enter your name here