ପଶ୍ଚିମବଙ୍ଗର ଦୁଇମନ୍ତ୍ରୀଙ୍କୁ ଗିରଫ କଲା ସିବିଆଇ । ନାରଦା ଲାଞ୍ଚ ମାମଲାରେ ସିବିଆଇ ମନ୍ତ୍ରୀ ଫିରହାଦ ହାକିମ ଓ ସୁବ୍ରତ ମୁଖାର୍ଜିଙ୍କୁ ଗିରଫ କରିଛି । ତୃଣମୂଳ କଂଗ୍ରେସର ଆଉ ଦୁଇ ବରିଷ୍ଠ ନେତା ବିଧାୟକ ମଦନ ମିତ୍ର ଓ ଶୋଭନ ଚାଟାର୍ଜିଙ୍କୁ ମଧ୍ୟ ସିବିଆଇ ଉଠାଇ ନେଇଛି । ତୃତୀୟ ଥର ପାଇଁ ମମତା ବାନାର୍ଜୀ କ୍ଷମତାସୀନ ହେବା ପରେ ସିବିଆଇ ଆକ୍ସନକୁ ନେଇ ରାଜନୈତିକ ଆଲୋଡନ ସୃଷ୍ଟି ହୋଇଛି । ତେବେ ଦୁଇ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳ ଅନୁମତି ଦେବା ପରେ ସିବିଆଇ ସେମାନଙ୍କୁ ଗିରଫ କରିଥିଲା । ଦୁଇମନ୍ତ୍ରୀଙ୍କ ଗିରଫ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ ଅଫିସ ଆଗରେ ଧାରଣାରେ ବସିଛନ୍ତି । 2014ରେ ନାରଦା ଷ୍ଟିଙ୍ଗ ଅପରେସନ ହୋଇଥିଲା ଏବଂ ନାରଦା ନ୍ୟୁଜ ପୋର୍ଟାଲର ଜଣେ ସାମ୍ବାଦିକ ସେତେବେଳେ ଜଣେ ବ୍ୟବସାୟୀର ପରିଚୟ ଦେଇ ଆସିଥିଲେ ଏବଂ ପଶ୍ଚିମବଙ୍ଗରେ ପୁଞ୍ଜିନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରି ଚାରିଜଣ ମନ୍ତ୍ରୀ, ଟିଏମସିର ସାତଜଣ ସାଂସଦ, ଜଣେ ବିଧାୟକ ଓ ଜଣେ ପୋଲିସ ଅଫିସରଙ୍କୁ ଲାଞ୍ଚ ଦେବା ସହ ସମସ୍ତ ଘଟଣାର ରେକର୍ଡିଂ କରିଥିଲେ । ସେତେବେଳେ ଦୁଇମନ୍ତ୍ରୀ ଚାରି ରୁ ପାଞ୍ଚ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ତେବେ ସେତେବେଳେ ଲାଞ୍ଚି ନେଇଥିବା ଟିଏମସିର ଅନ୍ୟ ନେତାମାନଙ୍କ ମଧ୍ୟରୁ ଶୁଭେନ୍ଦୁ ଅଧିକାରୀ ଏବେ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି

LEAVE A REPLY

Please enter your comment!
Please enter your name here