ବିଦାୟ ନେବା ସମୟରେ ଲୁହ ରୋକିପାରିଲେନି ଫେଡେରର । ଟେନିସରୁ ଅବସର ନେଇଛନ୍ତି ରୋଜର ଫେଡେରର । ଶୁକ୍ରବାର ରାଫେଲ ନାଡାଲଙ୍କ ସହ ମିଶି ଡବଲ୍ସ ମ୍ୟାଚ ଖେଳିଥିଲେ । ଶେଷ ମ୍ୟାଚ ଖେଳିବା ପରେ ଲୁହକୁ ଅଟାକାଇପାରିନଥିଲେ ଫେଡେରର । ଉପସ୍ଥିତ ଥିବା ଅନ୍ୟ ସବୁ ଟେନିସ ଖେଳାଳୀ ମଧ୍ୟ ଭାବ ବିହ୍ୱଳ ହୋଇଯାଇଥିଲେ । ରୋଜର ଫେଡରର ତାଙ୍କ ଟେନିସ ଜୀବନରେ ୨୦ଟି ସିଙ୍ଗଲ୍ସ ଗ୍ରାଣ୍ଡସ୍ଲାମ ଜିତିଛନ୍ତି । ବିଦାୟକାଳୀନ ମ୍ୟାଚ ପରେ ସେ କହିଥିଲେ ତାଙ୍କ ଜୀବନରେ ମହତ୍ୱ ରଖୁଥିବା ଏହି ଖେଳରୁ ସେ ଅବସର ନେଉଛନ୍ତି । ଆଗମୀ ଦିନରେ ପରିବାର ସହ ଅଧିକ ସମୟ ବିତାଇବେ ବୋଲି କହିଛନ୍ତି ରୋଜର ।

LEAVE A REPLY

Please enter your comment!
Please enter your name here