ଉତ୍ତରାଖଣ୍ଡ ଅଙ୍କିତା ଭଣ୍ଡାରିଙ୍କ ହତ୍ୟା ମାମଲାରେ ଏବେ ପୋଲିସ ହାତରେ ଲାଗିଛି ନୂଆ ତଥ୍ୟ । ମୃତ୍ୟୁ ପୂର୍ବରୁ ଅଙ୍କିତା ତାଙ୍କ ସାଙ୍ଗମାନଙ୍କ ସହ କରିଥିବା ହ୍ୱାଟସଆପ ଚାଟିଂ ପୋଲିସ ହାତରେ ଲାଗିଛି । ଚାଟିଂରେ ଅଙ୍କିତା ତାଙ୍କ ସାଙ୍ଗମାନଙ୍କୁ ସେ ରିସୋର୍ଟରେ ସୁରକ୍ଷିତ ନଥିଲେ ବୋଲି କହିଛି । ରିସୋର୍ଟ ମାଲିକ ପୁଲକିତ ଆର୍ଯ୍ୟ ତାଙ୍କୁ ରିସୋର୍ଟକୁ ଆସୁଥିବା ଅତିଥିମାନଙ୍କୁ ସ୍ପେଶାଲ ସର୍ଭିସ ଯୋଗାଇବାକୁ ଚାପ ପକାଉଥିଲେ । ମାତ୍ର ଏଥିରେ ସେ ରାଜି ନଥିବାରୁ ପୁଲକିତ ତାଙ୍କୁ ହଇରାଣ କରି ଆସୁଥିଲା । ଏପରିକି ଗୋଟେ ଦିନ ଜୋର ଜବରଦସ୍ତ ରିସୋର୍ଟକୁ ଆସିଥିବା ଗେଷ୍ଟ ଅଙ୍କିତାଙ୍କ ସହ ଖରାପ ବ୍ୟବହାର କରିଥିଲେ । ଏହି ଘଟଣାରେ ଚୁପ୍ ରହିବା ପାଇଁ ରିସୋର୍ଟ ମ୍ୟାନେଜର ଅଙ୍କିତ ଗୁପ୍ତା କହିଥିଲା । ସ୍ପେଶାଲ ସର୍ଭିସ ଯୋଗାଇଲେ ୧୦ ହଜାର ଟଙ୍କାର ଅଫର ଦେଇଥିଲା ପୁଲକିତ ଆର୍ଯ୍ୟ । ଅଙ୍କିତା ମନା କରିବାରୁ ତାକୁ ରିସୋର୍ଟ ମ୍ୟାନେଜର ସହ ମିଶି ପୁଲକିତ ଆର୍ଯ୍ୟ ହତ୍ୟା କରିଥିବା କୁହାଯାଉଛି ।
ଏହି ଘଟଣାରେ ପୁଲକିତର ବାପା ତଥା ଉତ୍ତରାଖଣ୍ଡର ବିଜେପି ନେତା ବିନୋଦ ଆର୍ଯ୍ୟ ତାଙ୍କ ପୁଅ ନିର୍ଦ୍ଦୋଶ ବୋଲି କହିଛନ୍ତି । ଏହାକୁ ନେଇ ଉତ୍ତରାଖଣ୍ଡ ରାଜନୀତି ସରଗରମ ଥିବାବେଳେ ବିନୋଦକୁ ବିଜେପି ଦଳରୁ ନିଲମ୍ବିତ କରିଛି । ଅନ୍ୟପକ୍ଷରେ ଅଙ୍କିତାଙ୍କ ପରିବାର ନ୍ୟାୟ ନମିଳିବା ଯାଏଁ ଅଙ୍କିତାଙ୍କ ଅନ୍ତିମ ସଂସ୍କାର ନକରିବା ଯିଦିରେ ଅଟଳ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here