ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଯୋଜନା ଅଧିନରେ ରାସନ କାର୍ଡଧାରୀଙ୍କୁ ଡିତସେମ୍ବର ମାସ ପର୍ଯ୍ୟନ୍ତ ସରକାର ମାଗଣା ରାସନ ଯୋଗାଇଦେବେ । କ୍ୟାବିନେଟ ମଞ୍ଜୁରି ମିଳିଛି । କେନ୍ଦ୍ର ସରକାର କୋଭିଡ କାଳରେ ୨୦୨୦ ମସିହାରେ ଏହି ଯୋଜନାର ଆରମ୍ଭ କରିଥିଲେ । ଏହାପରେ ମାର୍ଚ୍ଚ ୨୦୨୨ ରେ ଏହି ଯୋଜନାର ଅବଧି ପୁଣି ୬ ମାସ ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏବେ ପୁଣିଥରେ ସରକାର ଏହି ମାଗଣା ରାସନ ବଣ୍ଟନକୁ ପୁଣି ୩ ମାସ ବୃଦ୍ଧି କରିଛନ୍ତି । ସରକାରଙ୍କ ଦ୍ୱାରା ଏହାର ଘୋଷଣା ପରେ ଏବେ ସିଧାସଳଖ ଦେଶର ୮୦ କୋଟି ରାସନକାର୍ଡଧାରୀ ଏହାର ଲାଭ ପାଇବେ । କେନ୍ଦ୍ର ସରକାର ଏପର‌୍ୟ୍ୟନ୍ତ ଏହି ଯୋଜନାରେ ୩.୪୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ଏହି ଯୋଜନାରେ ରାସନକାର୍ଡଧାରୀଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ମାସିକ ବ୍ୟକ୍ତି ପ୍ରତି ୫ କିଲୋ ରାସନ ମାଗଣାରେ ଯୋଗାଇ ଦେଇଥାନ୍ତି ।
କେବଳ ସେତିକି ନୁହେଁ ଏହି ବୈଠକରେ କେନ୍ଦ୍ର ସରକାର ଆଉଏକ ବଡ ଘୋଷଣା ମଧ୍ୟ କରିଛନ୍ତି । ଚଳିତ ପୂଜାରେ ରେଳ ବିଭାଗର କର୍ମଚାରୀଙ୍କ ବୋନଓ ଆକାରରେ ୭୮ ଦିନର ଅଧିକ ଦରମା ମିଳିବ ବୋଲି କୁହାଯାଇଛି । ଏହାଦ୍ୱାରା ଦେଶର ୧୧ ଲକ୍ଷ ରେଳ କର୍ମଚାରୀ ଉପକୃତ ହେବେ ।

LEAVE A REPLY

Please enter your comment!
Please enter your name here