ସାରା ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଯୋଜନା କରାଯାଉଥିବା ବେଳେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପ୍ରମୁଖ ପ୍ଲାଷ୍ଟିକ ଉପକରଣକୁ ସମାପ୍ତ କରିବା ପାଇଁ ସମଗ୍ର ଦେଶରେ ଗୋଟିଏ ନିୟମ ଲାଗୁ କରିବାକୁ ବିଚାର କରୁଛନ୍ତି. ମନ୍ତ୍ରଣାଳୟ ପ୍ରସ୍ତୁତ କରିଥିବା ଚିଠା ପ୍ରସ୍ତାବରେ ପ୍ରମୁଖ ପ୍ଲାଷ୍ଟିକ ଯଥା-ଫୋମର ଗ୍ଲାସ, ପାଣିର ପ୍ଲାଷ୍ଟିକ ବୋତଲ, ଡିସ୍ପୋସେବଲ ପ୍ଲାଷ୍ଟିକ ଚାମଚ ଓ ପ୍ଲାଷ୍ଟିକର ସବୁ ଥାଳିକୁ ନିଷେଧ କରାଯିବ. ମନ୍ତ୍ରଣାଳୟ ସବୁ ରାଜ୍ୟକୁ ପତ୍ର ଲେଖି ଏହି ଉତ୍ପାଦ ଉପରେ ନିଜର ନୀତି ଓ  ଆଭିମୁଖ୍ୟ କଣ  ତାର ମତାମତ ଲୋଡ଼ିଛି. ପରିବେଶ ମନ୍ତ୍ରଣାଳୟର ସୂତ୍ର ଅନୁସାରେ, ପ୍ଲାଷ୍ଟିକ ଉଦ୍ୟୋଗ ସମଗ୍ର ଦେଶରେ ଗୋଟିଏ ନିୟମ ଚାହୁଁଛି. ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ପ୍ଲାଷ୍ଟିକକୁ ନେଇ ଗୋଟିଏ କେନ୍ଦ୍ରୀୟ କାନୁନ ଉପରେ କାମ କରାଯାଉଛି. ଏହା ମଧ୍ୟରେ ପ୍ଲାଷ୍ଟିକ ବ୍ୟାଗ ଓ ପତଳା ପ୍ଲାଷ୍ଟିକ ବ୍ୟାଗକୁ ପରୋକ୍ଷ ଓ ପ୍ରତ୍ୟେକ୍ଷ ରୂପେ 22 ଟି ରାଜ୍ୟରେ ପ୍ରତିବନ୍ଧିତ କରାଯାଇଛି. ଏସବୁ ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ରର କାନୁନ କଡ଼ା ରହିଛି. ଅଧିକାରୀ କହିଛନ୍ତି ଯେ ସିକିମ ସରକାର ଖୁବଶୀଘ୍ର ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି. ଝାଡଖଣ୍ଡ ଓ ମଧ୍ୟ ପ୍ରଦେଶ ମଧ୍ୟ ଏହାକୁ ଅନୁସରଣ କରିବେ ବୋଲି ଆଶା କରାଯାଉଛି.ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅଧିକ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ହେଉଛି କ୍ଷୀର ପ୍ୟାକେଟ୍. ଯାହାକୁ ଏପର୍ଯ୍ୟନ୍ତ ନିୟମ ଅଧିନକୁ ଅଣାଯାଇପାରି ନାହିଁ.

LEAVE A REPLY

Please enter your comment!
Please enter your name here