ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ନିର୍ବାଚନ କମିଶନ ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି । ବିଷ୍ଣୁଙ୍କ ବିୟୋଗର ମାତ୍ର 21 ଦିନ ଭିତରେ କମିଶନଙ୍କ ତାରିଖ ଘୋଷଣା ରାଜନୈତିକ ଦଳଗୁଡିକ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲେ ହେଁ ବିଜେପି ତାର ପ୍ରାର୍ଥୀ ଏକପ୍ରକାର ଚୂଡାନ୍ତ କରିସାରିଛି । କେବଳ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା ରହିଛି । ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀଙ୍କୁ ବିଜେପି ପ୍ରାର୍ଥୀ କରିବା ସ୍ଥିର ହୋଇଛି । ଏବେ ଦଳର ଯୁବମୋର୍ଚ୍ଚା ସଂଯୋଜକ ଭାବେ କାର୍ଯ୍ୟ କରୁଥିବା ସୂରଜ ଧାମନଗର ଉପନିର୍ବାଚନରେ ପ୍ରାର୍ଥୀ ହେବେ । ବିଷ୍ଣୁ ସେଠୀଙ୍କ ଅବର୍ତ୍ତମାନରେ ଧାମନଗରରେ ସୂରଜଙ୍କୁ ପ୍ରାର୍ଥୀ କଲେ ଦଳ ଉକ୍ତ ଆସନ ସହଜରେ ବଜାୟ ରଖିପାରିବ ବୋଲି ଆକଳନ କରିଛି । ଅନ୍ୟପକ୍ଷରେ ବିଜେଡି ଗତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇ ନିର୍ବାଚନ ହାରିଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କୁ ପୁଣି ପ୍ରାର୍ଥୀ କରିବ ବୋଲି ସୂଚନା ମିଳିଛି ।

ପ୍ରାର୍ଥୀ ଚୟନରେ ପଛରେ ପଡିଛି କଂଗ୍ରେସ । ପ୍ରାର୍ଥୀ ଚୟନ ପାଇଁ ପୂର୍ବତନ ପିସିସି ସଭାପତିମାନଙ୍କୁ ଏକ କମିଟି ଗଠନ କରିଛି ପିସିସି । ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ରାଉତ, ଜଗନ୍ନାଥ ପଟ୍ଟନାୟକ ଏହି କମିଟିର ସଦସ୍ୟ ରହିଛନ୍ତି । ଖୁବଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ ବୋଲି ପିସିସି ସଭାପତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here