ଅସନ୍ତୁଳିତ ଲୋକସଂଖ୍ୟା ଦେଶର ଭୌଗୋଳିକ ସୀମା ବଦଳାଇବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରେ । ସେଥିପାଇଁ ଦେଶରେ ଧର୍ମଭିତ୍ତିକ ଲୋକସଂଖ୍ୟା ସନ୍ତୁଳନ ରକ୍ଷା ପାଇଁ ନିୟମ ପ୍ରଣୟନ ହେବା ଦରକାର ବୋଲି କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ଲୋକସଂଖ୍ୟା ନିୟନ୍ତ୍ରଣ ଏବଂ ଧର୍ମଭିତ୍ତିକ ଲୋକସଂଖ୍ୟା ସନ୍ତୁଳନ ରକ୍ଷା କରିବା ପ୍ରସଙ୍ଗକୁ ଆଉ ବେଶୀଦିନ ଉପେକ୍ଷା କରିବା ଠିକନୁହେଁ ବୋଲି ସେ କହିଛନ୍ତି । ତେଣୁ ଦେଶର ସୁରକ୍ଷା ପାଇଁ ସମସ୍ତଙ୍କ ପାଇଁ ଏକ ପ୍ରକାର ନିୟମ ପ୍ରଣୟନ କରାଯିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି । ନାଗପୁରରେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘର ଦଶହରା ସମାବେଶକୁ ଉଦବୋଦନ ଦେଇ ମୋହନ ଭାଗବତ ଏହା କହିଛନ୍ତି ।

LEAVE A REPLY

Please enter your comment!
Please enter your name here