କେରଳରେ ଦୁଇ ମହିଳାଙ୍କୁ ହତ୍ୟା । କେରଳ ଏଲାନଥୁରରେ ଲୋମହର୍ଷକ ଘଟଣା ଘଟିଛି । ଆର୍ଥିକ ଦୁଶ୍ଚିନ୍ତାରୁ ରକ୍ଷା ପାଇବା ଲାଗି ଏହି ଘୃଣ୍ୟ କାର୍ଯ୍ୟ ଆପଣାଇଥିଲେ ଦମ୍ପତ୍ତ ି । ବଳି ଦେଇ ଦେବତାଙ୍କୁ ସନ୍ତୁଷ୍ଟ କରାଇଲେ ତନ୍ତ୍ର-ମନ୍ତ୍ର ଜାଣିଯିବେ ଭାଗାବେଲ ସିଂ ଏବଂ ତାଙ୍କ ପତ୍ନୀ ଲୈଲା । ଏବଂ ତନ୍ତ୍ର-ମନ୍ତ୍ର ମାଧ୍ୟମରେ ଅନେକ ଟଙ୍କା ରୋଜଗାର କରିପାରିବେ ବୋଲି ନରବଳି ଦେଇଥିବା କଥା ପୋଲିସ କହିଛି । ଖାଲି ସେତିକି ନୁହେଁ ମହିଳାଙ୍କୁ କାଟି ତାଙ୍କ ମାଂସ ଦମ୍ପତ୍ତି ଖାଇଥିବା କୁହାଯାଉଛି । ଆଉ ଦମ୍ପତ୍ତିଙ୍କୁ ସାହାର୍ଯ୍ୟ କରିଥିଲେ ମହମ୍ମଦ ସାଫି । ଦୁଇ ମହିଳାଙ୍କୁ ପ୍ରଲୋଭିତ କରି ଦମ୍ପତ୍ତିଙ୍କ ପାଖକୁ ଆଣିଥିଲେ ସେଠାରେ ହିଁ ବଳି ପକାଇଥିଲେ । ଭାଗାବେଲ ସିଂ ଏବଂ ତାଙ୍କ ପତ୍ନୀ ଲୈଲାଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ଦୁଇ ମହିଳାଙ୍କୁ ଅପହରଣ କରି ଅତି କ୍ରୁର ଭାବରେ ସେମାନଙ୍କ ମୁଣ୍ଡ କାଟି ପୋତି ଦେଇଥିଲେ ବୋଲି କହିଛନ୍ତି ପୋଲିସ କମିଶନର । ଦୁଇ ମହିଳାଙ୍କ ମୃତ ଦେହକୁ ପଠାନମିଥିର ଏଲାନଥୁରରୁ ଉଦ୍ଧାର କରାଯାଇଛି । ଗତ ଜୁନ୍ ମାସରେ ରୋଜାଲିନ୍ ଏବଂ ସେପ୍ଟେମ୍ବରରେ ପଦ୍ମା ନାମକ ଦୁଇ ମହିଳା ନିଖୋଜ ହୋଇଯାଇଥିଲେ । ପରେ ବିଭିନ୍ନ ତଦନ୍ତରୁ ଜଣାପଡିଥିଲା ଯେ, ସେମାନଙ୍କୁ ଅପହରଣ କରାଯାଇ ବଳି ଦିଆଯାଇଥିଲା । ଭାଗାବେଲ ସିଂ ଏବଂ ତାଙ୍କ ପତ୍ନୀ ଲୈଲା ଏହି କାମରେ ଦମ୍ପତ୍ତିଙ୍କୁ ସାହାର୍ଯ୍ୟ କରିଥିଲେ ମହମ୍ମଦ ସାଫି ।

LEAVE A REPLY

Please enter your comment!
Please enter your name here