ମହିଳାଙ୍କୁ ଠକିଦେଲା ନକଲି ମହାକାଶଚାରୀ । ଅନ୍ତରାଷ୍ଟ୍ରୀୟ ରୋମାନ୍ସ ସ୍କାମରେ ଠକେଇର ଶୀକାର ହୋଇଛନ୍ତି ଜାପାନର ଜଣେ ମହିଳା । ରୁଷର ଜଣେ ବ୍ୟକ୍ତି ନିଜକୁ ମହାକାଶଚାରୀର ପରିଚୟ ଦେଇଥିଲେ । ଜାପାନର ୬୫ ବର୍ଷୀୟାଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ନିଜକୁ ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନରେ ଆଇଏସଏସ ଭାବେ କାମ କରୁଛନ୍ତି ବୋଲି କହିଥିଲେ । ଇନଷ୍ଟାଗ୍ରାମରେ ଦୁଇ ଜଣଙ୍କର ହୋଇଥିଲା ପରିଚୟ । ଠକ ମହାକାଶଚାରୀର ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଭରି ରହିଥିଲା ମହାକାଶର ଅନେକ ଫଟୋ । ମହିଳାଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଏପରି ଷଡଯନ୍ତ୍ର ରଚିଥିଲେ ଠକ । ମହିଳାଙ୍କୁ ବିବାହ କରି ନୂଆ ଜୀବନ ଗଢିବାକୁ ଦେଇଥିଲେ ପ୍ରତିଶ୍ରୁତି । ମାତ୍ର ପୃଥୀବିକୁ ଫେରିବା ପାଇଁ ତାଙ୍କୁ ୨୫ ଲକ୍ଷ ଟଙ୍କା ଦରକାର ବୋଲି କହିଥିଲେ । ମହିଳାଙ୍କୁ ବିବାହ କରି ଜାପାନରେ ରହିବା ନେଇ କହିଥିଲା ଠକ । ସିଧା ଜାପାନରେ ଲ୍ୟାଣ୍ଡିଂ କରିବାକୁ ହେଲେ ତାଙ୍କୁ ଟଙ୍କା ଦରକାର ବୋଲି କହିଥିଲେ । ୧୯ ଅଗଷ୍ଟରୁ ୫ ଡିସେମ୍ବର ପର୍ଯ୍ୟନ୍ତ ଲଗାତାର ୨୫ ଲକ୍ଷ ଟଙ୍କା ଦେଇଛନ୍ତି ମହିଳା ଜଣଙ୍କ । ମାତ୍ର ପରେ ଆହୁରି ଅଧିକ ଟଙ୍କା ମାଗିବାରୁ ମହିଳା ସନ୍ଦେହ କରି ପୋଲିସକୁ ଜଣାଇଥିଲେ । ଜାପାନ ପୋଲିସ ଏହାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here