ବିଶ୍ବସ୍ତରୀୟ କ୍ଷୁଧା ସୂଚକାଙ୍କରେ ଭାରତର ଚିତ୍ର ଅତି ଖରାପ । ଏତେ ଖରାପ ଯେ, ପଡୋଶୀ ବାଂଲାଦେଶ, ଶ୍ରୀଲଙ୍କା, ପାକିସ୍ତାନ, ନେପାଳ ଭାରତଠୁ ଉପରେ ରହିଛନ୍ତି । ଆମେ ଭାଷଣବାଜି ଓ ପ୍ରଚାରପ୍ରସାରରେ ଆଗୁଆ, ଭୋକିଲା ରହିବାରେ ବି ଆଗୁଆ । ଗତ ଦୁଇବର୍ଷ ଭିତରେ ଆମ ସ୍ଥାନ ଆହୁରି ତଳକୁ ଖସିଛି । 121ଟି ଦେଶକୁ ନେଇ ହୋଇଥିବା ବିଶ୍ବ କ୍ଷୁଧା ସୂଚକାଙ୍କ ସର୍ଭେରେ ଭାରତର ସ୍ଥାନ 107ରେ ରହିଛି । ଯଦିଓ ପାକିସ୍ତାନ 99 ସ୍ଥାନରେ ରହିଛି । ଦକ୍ଷିଣ ଏସୀୟ ଦେଶଗୁଡିକ ମଧ୍ୟରେ କେବଳ ଆଫଗାନିସ୍ଥାନ ଭାରତଠୁ ତଳେ ରହିଛି । 2021 ସର୍ଭେରେ ଭାରତର ସ୍ଥାନ 101 ରହିଥିଲା ବେଳେ ଦୁଇବର୍ଷ ଭିତରେ ଦେଶର ସ୍ଥାନ ଆହୁରି ଖସିଛି । ଅର୍ଥାତ କ୍ଷୁଧା ଓ ଅପପୁଷ୍ଟିରେ ଭାରତର ଅବସ୍ଥା ବିଶ୍ବରେ ଅତି ଖରାପ । ଆଫ୍ରିକୀୟ ଗରିବ ଦେଶ ନାମ୍ବିୟା,ସୁଦାନ,ଇଥୋପିଆ, ରାୱାଣ୍ଡା, ନାଇଜେରିଆ, କେନିୟା, ଗାମ୍ବିଆ, କମ୍ବୋଡିଆ ଭଳି ଦେଶ ବି ଭାରତ ଉପରେ ରହିଛନ୍ତି ।

ଏହି ସୂଚକାଙ୍କ ସ୍ପଷ୍ଟ କରିଦେଇଛି, ସରକାର ଦାରିଦ୍ର୍ୟ ଦୂରିକରଣ ତଥା କ୍ଷୁଧାମୁକ୍ତ ପାଇଁ କରୁଥିବା ଯୋଜନା କେବଳ ଲୋକ ଦେଖାଣିଆ । ଯୋଜନା ଠିକଣା ଭାବେ ଗରିବ ଲୋକଙ୍କ ପାଖରେ ପହଞ୍ଚିପାରୁନି । ମାତ୍ର ଆମେ ଏଇଟା କରିଦେଲୁ, ସେଇଟା କରିଦେଲୁ, ଡିଣ୍ଡିମ ପିଟି ଭୋଟ ହାତେଇବାରେ ଆମେ ଓସ୍ତାଦ ।

LEAVE A REPLY

Please enter your comment!
Please enter your name here