ଠିକା ନିଯୁକ୍ତି ବ୍ୟବସ୍ଥା ଉଠିଲା I ଆଉ ସରକାର ଠିକା ନିଯୁକ୍ତି ଦେବେନି I ସବୁପ୍ରକାର ଠିକା ନିଯୁକ୍ତିକୁ ନିୟମିତ କରାଯିବ I ଆଜି କ୍ୟାବିନେଟରେ ଠିକା ନିଯୁକ୍ତି ଉଛେଦ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି I ସରକାରଙ୍କ ଏହି ବଡ ନିଷ୍ପତ୍ତି ଦ୍ୱାରା 57 ହଜାର ଚୁକ୍ତିଭିତିକ କର୍ମଚାରୀ ନିୟମିତ ହେବେ I ଦୀର୍ଘବର୍ଷ ଧରି ଠିକା କର୍ମଚାରୀମାନେ ଆନ୍ଦୋଳନ କରି ଆସୁଥିବା ବେଳେ ଆଜିର ନିଷ୍ପତ୍ତି ହଜାର ହଜାର ଠିକା କର୍ମଚାରୀଙ୍କ ମନରେ ଖୁସି ଆଣିଦେଇଛି I ଚୁକ୍ତିଭିତ୍ତିକ କର୍ମଚାରୀ ସଂଘର ଉପଦେଷ୍ଟା ତଥା ବିଶିଷ୍ଟ କର୍ମଚାରୀ ନେତା ପ୍ରଭାତ ମହାନ୍ତି, ସଭାପତି ବିଜୟ ମଲ୍ଲ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି I

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ I

LEAVE A REPLY

Please enter your comment!
Please enter your name here