ଓଡିଶାକୁ ଛୁଇଁବନି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟା । ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହେବା ଆକଳନ । ବାତ୍ୟା ସମ୍ପର୍କରେ ପାଣିପାଗ ବିଭାଗ ଟୁଇଟ୍ କରି ସୂଚନା ଦେଇଛି । ଲଘୁଚାପଟି କାଲି ଅବପାତ ଓ ୨୪ରେ ବାତ୍ୟାରେ ପରିଣତ ହେବ । ବାତ୍ୟାରେ ରୂପାନ୍ତର ପରେ ଉତ୍ତର-ଉତ୍ତର ପୂର୍ବକୁ ଦିଗ ବଦଳାଇବ । ଓଡିଶା ଉପକୂଳରୁ କିଛି ଦୂରରେ ରହି ବଙ୍ଗ ମୁହାଁ ହେବ ବାତ୍ୟା । ୨୫ ସୁଦ୍ଧା ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ପାଖରେ ପହଁଞ୍ଚିବ । ଏହା ଉତର-ଉତର ପୂର୍ବ ଦିଗରେ ଗତି କରିବ । ୨୫ ତାରିଖ ସୁଦ୍ଧା ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ପହଂଚିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here