ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ । ବ୍ଲାକେମେଲିଂ ମାମଲାରେ ହାଜର କଲା ପୋଲିସ । ଝାରପଡା ଜେଲରୁ କଡା ସୁରକ୍ଷାରେ ଆସି କୋର୍ଟରେ ହାଜର ହୋଇଛନ୍ତି ଅର୍ଚ୍ଚନା । ଗିରଫ ପରେ ପ୍ରଥମ ଥର ପାଇଁ ବାହାରକୁ ବାହାରିଛନ୍ତି ଅର୍ଚ୍ଚନା । କୋର୍ଟରେ ଜାମିନ ଆବେଦନ କରିଛି ଅର୍ଚ୍ଚନା । ୪ଟାରେ ଶୁଣାଣି ହେବ ।
କୋର୍ଟକୁ ଯିବା ସମୟରେ ଗଣମାଧ୍ୟମ ଆଗରେ ପ୍ରଥମ କରି ମୁହଁ ଖୋଲିଛି ଅର୍ଚ୍ଚନା । ତା ନାଁରେ ମିଛ ଖବର ପ୍ରସାରଣ ନକରିବାକୁ ଅର୍ଚ୍ଚନା ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛି । ବିନା କୌଣସି ପ୍ରମାଣରେ ମିଛ ଖବର ପ୍ରସାରଣ ନକରିବାକୁ ସେ ଗଣମାଧ୍ୟମକୁ କହିଛି । ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ଆଜି ଶୁଣାଣି ହେବାର ଅଛି ।

LEAVE A REPLY

Please enter your comment!
Please enter your name here