ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ନିଜ ସ୍ଥିତି ବଜାୟ ରଖିବାକୁ ବିଜେପି କରୁଛି ଆପ୍ରାଣ ଉଦ୍ୟମ । ବିଷ୍ଣ ସେଠୀଙ୍କ ପରେ ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ନିର୍ବାଚନ ଜିତାଇବା ପାଇଁ ଦଳୀୟ ନେତା ଲାଗି ପଡିଛନ୍ତି । ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଦାସ ବିଦ୍ରୋହୀ ପ୍ରାର୍ଥୀ ଭାବେ ମଇଦାନରେ ଲଢୁଥିବାରୁ ଏହା ବିଜେଡି ପାଇଁ ଅଡୁଆ କରିବ ଏବଂ ଏହାର ଫାଇଦା ବିଜେପି ନେବ ବୋଲି ଦଳୀୟ ନେତାମାନେ ଯେତିକି ସହଜରେ ଭାବି ନେଇଥିଲେ, ତାହା ସେତିକି ସହଜ ନୁହେଁ । ଦିନକୁ ଦିନ ପ୍ରଚାର ଜମୁଥିବା ବେଳେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ସେତିକି ବଢିବାରେ ଲାଗିଛି । ଉଭୟ ଦଳର ନେତାମାନେ ପରସ୍ପର ବିରୋଧରେ ପ୍ରତିଦିନ ନିର୍ବାଚନ ଅଧିକାରୀଙ୍କୁ ଆରୋପ ପ୍ରତ୍ୟାରୋପ କରିବାରେ ଲାଗିଛନ୍ତି । ଏପରିକି ଦିଲ୍ଲୀରେ ମଧ୍ୟ ଦୁଇ ଦଳର ନେତାମାନେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି ।

ଧାମନଗର ଉପନିର୍ବାଚନ ଆସନ ଜିତିବା ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ବଡ ଚ୍ୟାଲେଞ୍ଜ । ଦଳ ରାଜେନ୍ଦ୍ରଙ୍କୁ ଟିକଟ ନ ଦେଇ ଅବନ୍ତୀଙ୍କୁ ପ୍ରାର୍ଥୀ କରିବା ଏବଂ ରାଜେନ୍ଦ୍ର ବିଦ୍ରୋହ ଘୋଷଣା କରିବାକୁ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଛି ଦଳ । ଏପର୍ଯ୍ୟନ୍ତ କୌଣସି ଉପନିର୍ବାଚନ ହାରି ନ ଥିବା ବିଜେଡି ଧାମନଗର ଆସନ ବିଜେପି ହାତରୁ ଛଡେଇ ଆଣିବା ପାଇଁ ରଣନୀତି ପ୍ରସ୍ତୁତ କରିଛି । ଏପରିକି ବିଜେପିର ଅସନ୍ତୁଷ୍ଟ ନେତାଙ୍କୁ ଦଳ ନିଜ ଆଡକୁ ଆଣିବା ପାଇଁ ବଡ ଡିଲ୍ କରିଥିବା ଚର୍ଚ୍ଚା ହେଉଛି । ଧାମନଗରରେ ପୂର୍ବରୁ ବିଜେପିର ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ବିଧାୟକ ଥିଲେ । ଗୋଟିଏ ସମୟରେ ଦଳ ଭିତରେ ପ୍ରଭାବଶାଳୀ ଥିବା ମନମୋହନ ଏବେ ଦଳ ଭିତରେ ଜଣେ ଗୁରୁତ୍ବହୀନ ନେତା । ନିଜର ସ୍ଥିତିକୁ ନେଇ ଅସନ୍ତୁଷ୍ଟ ଥିବା ମନମୋହନଙ୍କୁ ବିଜେଡି ଲୋଭନୀୟ ପ୍ରସ୍ତାବ ଦେଇଥିବା କୁହାଯାଉଛି । ଯଦି ଏଥିରେ ବିଜେଡି ସଫଳ ହୁଏ, ତେବେ ଧାମନଗର ଗଣିତ ପୁରା ବଦଳି ଯିବ ।
କୌଣସିପ୍ରକାର ଧାମନଗର ଫଳାଫଳ ବିଜେଡି ନିଜ ସପକ୍ଷକୁ ଆଣିବା ପାଇଁ ବିଜେଡିର ପ୍ରଣବ ପ୍ରକାଶ ଦାସଙ୍କ ଟିମ୍ ଡେରା ପକାଇଛନ୍ତି । ସବୁଥର ପରି ଏଥର ବି ବିଜେଡି ଉପନିର୍ବାଚନ ଜିତିବ ବୋଲି ବିଜେଡି ଦମ୍ଭୋକ୍ତି ପ୍ରକାଶ କରିଛି ।

LEAVE A REPLY

Please enter your comment!
Please enter your name here