ଧଉଳିରେ ଶାନ୍ତିସ୍ତୁପ ପ୍ରତିଷ୍ଠାର ସୁବର୍ଣ୍ଣ ଦିବସ ପାଳନ । ଶାନ୍ତିସ୍ତୁପ ପ୍ରତିଷ୍ଠାର ପଚାଶ ବର୍ଷ ପୂର୍ତ୍ତିକୁ ଧଉଳିରେ ଖୁବ୍ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଛି । ଏହି ଅବସରରେ ଦେଶ ଓ ଦେଶ ବାହାରର ବିଭିନ୍ନ ପ୍ରାନ୍ତରରୁ ବୌଦ୍ଧଭିକ୍ଷୁ ଓ ବୌଦ୍ଧ ଧର୍ମାବଲମ୍ବିଙ୍କ ସମାବେଶ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ଇତିହାସର ସ୍ମୃତିଚାରଣ କରିଥିଲେ । ଧଉଳିରୁ ସମଗ୍ର ବିଶ୍ବକୁ ଶାନ୍ତିର ବାର୍ତ୍ତା ପ୍ରଚାରିତ ହୋଇଥିଲା ଏବଂ ଏବେ ବି ଧଉଳିର ଶାନ୍ତିସ୍ତୁପ ଶାନ୍ତିର ବାର୍ତ୍ତା ବହନ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here