ଗୁଜରାଟ ଝୁଲାପୋଲ ଟ୍ରାଜେଡି ପରେ କଟକ ଧବଳେଶ୍ବର ପୀଠ ଝୁଲାପୋଲରେ ଯାତ୍ରୀଙ୍କ ଯାତାୟତ କ୍ଷମତାକୁ ହ୍ରାସ କରାଯାଇଛି । କୋଲକତାର ଏକ ବୈଷୟିକ ସଂସ୍ଖା ଯାଞ୍ଚ କରିବା ପରେ ଧବଳେଶ୍ବର ଝୁଲାପୋଲରେ ଏକକାଳୀନ 200 ଯାତ୍ରୀ ଯାଇପାରିବେ ବୋଲି ଆଠଗଡ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଦୈନିକ 15 ହଜାରରୁ 20 ହଜାର ଯାତ୍ରୀ ଝୁଲାପୋଲ ଦେଇ ଧବଳେଶ୍ବର ପୀଠକୁ ଯାତ୍ରା କରିପାରିବେ । ଆଗକୁ ବଡଓଷା ଆସୁଥିବାରୁ ଯାତ୍ରୀଙ୍କ ଯାତାୟତ ଉପରେ କଟକଣା ଲଗାଇଛି ପ୍ରଶାସନ । ଭିଡ କମାଇବା ପାଇଁ ବଡଓଷା ଦିନ କେବଳ ଓଷା କରିଥିବା ଭକ୍ତମାନେ ଧବଳେଶ୍ବର ପୀଠକୁ ଆସିବା ପାଇଁ ଆଠଗଡ ଉପଜିଲ୍ଲାପାଳ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here