ସିପିଆଇ ଜାତୀୟ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ରାମକୃଷ୍ଣ ପଣ୍ଡାଙ୍କୁ ନାଗରିକ ସମ୍ବର୍ଦ୍ଧନା I ଭୁବନେଶ୍ୱର ଗୀତଗୋବିନ୍ଦ ଭବନରେ ପ୍ରଗତିଶୀଳ ନାଗରିକ ମଞ୍ଚ ପକ୍ଷରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା I ଶରତ ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ଅବସରପ୍ରାପ୍ତ ପ୍ରଶାସକ ତଥା କବି ଅଶ୍ୱିନୀ ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟନାୟକ ପ୍ରମୁଖ ଯୋଗ ଦେଇଥିଲେ I

ଦେଶରେ ଗଣତନ୍ତ୍ର ବିପନ୍ନ ଏବଂ ସାମ୍ୟବାଦୀ ବିଚାରଧାରା ପ୍ରଭାବଶୂନ୍ୟ ହୋଇପଡ଼ିଥିବାବେଳେ ରାମକୃଷ୍ଣ ପଣ୍ଡାଙ୍କୁ ସିପିଆଇ ଜାତୀୟ ସମ୍ପାଦକ ଭାବେ ନିର୍ବାଚିତ କରାଯିବା ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ବକ୍ତାମାନେ କହିଥିଲେ I ସାମ୍ୟବାଦ ପ୍ରତିଷ୍ଠା କରିବା ପାଇଁ ଦେଶରେ ଜନ ଜାଗରଣ ଆଣିବା ଦିଗରେ ରାମକୃଷ୍ଣ ସଫଳ ଦିଗଦର୍ଶନ ଦେବେ ବୋଲି ବକ୍ତାମାନେ ଆଶା ପ୍ରକାଶ କରିଥିଲେ I

ସମ୍ବର୍ଦ୍ଧନା ଉତ୍ତରରେ ରାମକୃଷ୍ଣ କହିଥିଲେ ଏହା ସମ୍ବର୍ଦ୍ଧନା ନୁହେଁ, ସଂକଳ୍ପର ସଭା I ଖଟିଖିଆ, ମେହନତି ମଣିଷ ପାଇଁ ଲଢେଇ ଚାଲିଛି ଏବଂ ଆଗକୁ ମଧ୍ୟ ଆହୁରି ସଶକ୍ତ ଲଢେଇ ହେବ I
ପୂର୍ବତନ ଛାତ୍ରସଙ୍ଘ ସଭାପତି ଦେବ ପ୍ରସାଦ ପରିଜା ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ସିପିଆଇ ନେତା କମ୍ରେଡ ମହେଶ୍ୱର ଧନ୍ୟବାଦ ଅର୍ପଣ କରିଥିଲେ I

LEAVE A REPLY

Please enter your comment!
Please enter your name here