ଭୁବନେଶ୍ୱରରେ ଏକାଠି ହେଲେ ହଜାର ହଜାର ଅଙ୍ଗନୱାଡି କର୍ମୀ । ୫୦ ହଜାର ଅଙ୍ଗନୱାଡି କର୍ମୀ ସାରା ରାଜ୍ୟରେ ୬୦ ହଜାରରୁ ଅଧିକ କେନ୍ଦ୍ର ବନ୍ଦ କରି ରାଜ୍ୟ ସରକାରଙ୍କୁ ଚ୍ୟାଲେଞ୍ଜ କରି ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଭୁବନେଶ୍ୱର ଲୋୟର ପିଏମଜିରେ ନିଜ ଦାବୀ ପୂରଣ ପାଇଁ ଧାରଣା ଦେଇଛନ୍ତି । ୨୦୧୮ ମସିହା ଆନ୍ଦୋଳନବେଳେ ବହିଷ୍କୃତ ହୋଇଥିବା ୬ ଜଣ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି , ସରକାରୀ ମାନ୍ୟତା ପ୍ରଦାନ, ୧୮ ହଜାର ସହାୟିକାଙ୍କୁ ୯ ହଜାର ପ୍ରଦାନ, ଇଫିଏଫ, ମିନି ଅଙ୍ଗନୱାଡି କର୍ମୀଙ୍କୁ ମୁଖ୍ୟ ଅଙ୍ଗନୱାଡିରେ ସାମିଲ କରିବା , ଅବସରକାଳୀନ ୫ ଲକ୍ଷ ସହାୟତା ସହ ୫ ହଜାର ଟଙ୍କା ଦିଆଯିବା ନେଇ ଦାବି ଉଠିଛି ।