ରାଜ୍ୟରେ ଓକିଲ ଆନ୍ଦୋଳନ ଦମନ କରିବାରେ ଓଡିଶା ପୋଲିସର ବିଫଳତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ପଶ୍ଚିମଓଡିଶାରେ କୋର୍ଟ ପ୍ରତିଷ୍ଠା ଦାବିରେ ବାରମ୍ବାର ଓକିଲ ଆନ୍ଦୋଳନ ହେଉଥିବାରୁ ଆନ୍ଦୋଳନରତ ଓକିଲଙ୍କୁ ଗିରଫ କରିବାକୁ କହିଥିଲେ ସୁପ୍ରିମକୋର୍ଟ । ଯଦି ଓଡିଶା ପୋଲିସ ପାରୁନି, ତେବେ ଆମକୁ କୁହନ୍ତୁ ବୋଲି କୋର୍ଟ କହିଛନ୍ତି । ପଶ୍ଚିମ ଓଡିଶା ଆଇଜି ଓ ପୋଲିସ ଡିଜିଙ୍କୁ କଡା ଭାଷାରେ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ ।

ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ଓଡିଶା ପୋଲିସକୁ ଅତି କଡା ଭାଷାରେ ଭର୍ତ୍ସନା କରିବା ସହ ଆସନ୍ତା ବୁଧାନ ଦିନ ଭିଡିଓ କନଫରେନ୍ସି ଜରିଆରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ହେଲେ ଆନ୍ଦୋଳନରତ ଓକିଲଙ୍କୁ ଗିରଫ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଯଦି ଓଡିଶା ପୋଲିସ ଆନ୍ଦୋଳନ ପ୍ରତିହତ କରିବାରେ ବିଫଳ, ତେବେ କୋର୍ଟଙ୍କୁ ଜଣାଇଲେ ଆମେ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବୁ ବୋଲି କହିଛନ୍ତି କୋର୍ଟ ।

LEAVE A REPLY

Please enter your comment!
Please enter your name here